ସାପ କାମୁଡ଼ାରେ ମୃତ୍ୟୁ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- – ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତର ହାପରିଆବାହାଲ ଗ୍ରାମରେ ଭରତ ମୁଣ୍ଡା (୩୮)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଭରତ ତାଙ୍କ ବିଲରେ କାମ କରୁଥିବା ସମୟରେ ଏକ ବିଷଧର ସାପ ଗୋଡ଼ରେ କାମୁଡ଼ି ଦେଇଥିଲା। ନିକଟସ୍ଥ ଡାକ୍ତରଖାନାକୁ ନେବାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୋବିନ୍ଦ ଅଗ୍ରୱାଲ, ଦେବାନନ୍ଦ ଭୋସାଗର, ଅମୂଲ୍ୟ ସାହୁ, ପ୍ରମୋଦ ମିଶ୍ର, ଅମିତ ମହାନ୍ତି, ରାମପ୍ରସାଦ ସାହୁ, କାଳୀଚରଣ ପାଣିଗ୍ରାହୀ, ସରୋଜ ପାଣ୍ଡେ ଓ ଅନ୍ୟମାନେ ତାଙ୍କର ଶୋକସନ୍ତପ୍ତ ପତ୍ନୀ, ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ଭେଟି ସାନ୍ତ୍ୱନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *