ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ

ବାରିପଦା ୨-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଁଳାଡୁବା ଗ୍ରାମର ଜଣେ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ଅଁଳାଡୁବାର ପିଣ୍ଟୁ ସାହୁଙ୍କ ଝିଅ ଖୁସି ସାହୁ। ଖୁସି ସାହୁ ଅଁଳାଡୁବା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି। ତେବେ ଗତକାଲି ରାତିରେ ଖୁସି ଘରେ ଶୋଇଥିବା ବେଳେ ବିଷଧର ସାପ ଦଂଶନରେ ତାର ମୃତ୍ୟୁ ଘଟିଥିବା ପରିବାର ସୂଚନାନୁଯାୟୀ ଜଣାପଡିଛି।

Leave a Reply

Your email address will not be published. Required fields are marked *