ସାପ କାମୁଡିଲେ କଣ କରିବା ଉଚିତ ନୁହେଁ : ପଢ଼ନ୍ତୁ

ଭୁବନେଶ୍ୱର ୨୬ ମଇ (ଓଡ଼ିଆ ପୁଅ) ସାପ କାମୁଡ଼ା ଓଡ଼ିଶାରେ ବିଶେଷ ଭାବେ ଦେଖାଯାଏ। ତେବେ ସାପ କାମୁଡ଼ା ସମୟରେ ଚିକିତ୍ସା ଅପେକ୍ଷା ସଚେତନତା ଅଭାବରୁ କେତେକ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ଆସିଥାଏ। ତେଣୁ ସାପ କାମୁଡିଲେ କଣ କରିବା ଉଚିତ ନୁହେଁ ତାହା ସମସ୍ତେ ଜାଣିବାର ଆବଶ୍ୟକତା ରହିଛି।

ସାପକାମୁଡ଼ା ସ୍ଥାନରୁ ରକ୍ତପ୍ରବାହ ବନ୍ଦକରିବା ପାଇଁ ପଟି ବନ୍ଧାଯାଇଥାଏ, କିନ୍ତୁ ପଟି ଖୋଲିବା ପରେ ଏହା ଅତ୍ୟଧିକ ବିଷ ପ୍ରବାହର ବିପଦ ସୃଷ୍ଟି କରିଥାଏ। ଏହା ମାଂସ ବିଗଳନର କାରଣ ମଧ୍ୟ ହୋଇଥାଏ।

ଏହି ଚିକିତ୍ସା ଦ୍ଵାରା ପିଡିତ ବ୍ୟକ୍ତି ମନରେ ଆଶା ଓ ସୁରକ୍ଷାର ମିଥ୍ୟାଭାବନା ସୃଷ୍ଟି ହୋଇଥାଏ ଯାହାକୁ ପିଡିତ ବ୍ୟକ୍ତିର ଚିକିତ୍ସାର ସ୍ଥାନାନ୍ତରଣକୁ ବିଳମ୍ବିତ କରିଥାଏ।

ସଂକ୍ରମିତ ସ୍ଥାନକୁ କାଟିବା ଓ ଚୁଷିବା ଅତ୍ୟଧିକ ରକ୍ତସାବ ଓ ସଂକ୍ରମଣର ବିପଦ ସୃଷ୍ଟି କରିଥାଏ।ଏହା ବିଷର ସ୍ଥାନୀୟ ପ୍ରଭାବରେ ମଧ୍ୟ ବୃଦ୍ଧି ଘଟାଇପରେ।

କ୍ଷତସ୍ଥାନକୁ ବାରମ୍ବାର ଧୋଇବା ଦ୍ଵାରା ଏହା ମାଂସପେଶି କ୍ରିୟାରେ ବୃଦ୍ଧିଘଟାଇଥାଏ ଏବଂ ରକ୍ତପ୍ରବାହ ବୃଦ୍ଧିକରିଥାଏ।ଏହାଦ୍ଵାରା ରକ୍ତରେ ପ୍ରବାହିତ ବିଷର ପରିମାଣରେ ବୃଦ୍ଧି ଘଟିଥାଏ।

ବୈଦ୍ୟୁତିକ ଚିକିତ୍ସା, ଶୀତଳ ଚିକିତ୍ସା, କିମ୍ବା ସ୍ଥାନୀୟ ଜଡିବୁଟିର ବ୍ୟବହାର, ମନ୍ତ୍ର ପଢିବା ଓ ପଵିତ୍ରଜଳ ଛିଂଚିବା ଆଦି କରିବା ମଧ୍ୟ କରିବା ଅନୁଚିତ।

Leave a Reply

Your email address will not be published. Required fields are marked *