ସାପ କାମୁଡାରେ ୩ବର୍ଷ ଶିଶୁକନ୍ୟା ମୃତ

ଘଟଗାଁ,୧୭.୦୮.୧୭(ଓଡିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବରାହାଟିପୁରା ଗ୍ରାମରେ ସାପ କାମୁଡାରେ ଜଣେ ୩ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ କନ୍ୟାର ନାମ ସୁମିତ୍ରା ତନ୍ତି ବୋଲି ଯଣାପଡିଛି । ସୁମିତ୍ରା ତାର ପରିବାର ସହ ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଶାକ୍ତ ସାପ କାମୁଡିଥିଲା । ସାପଟି କାମୁଡିବା ପରେ ସୁମିତ୍ରା ଜୋରରେ ଚିକôାର କରିଥିଲେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ସ୍ୱାସ୍ଥକେନ୍ଦ୍ର ଆଣିଥିଲେ । ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ପହଚିଁ ଶବକୁ ଯବତ କରି ଶବବ୍ୟବଚ୍ଛେଦ କରାଇଛି ।

Leave a Reply

Your email address will not be published. Required fields are marked *