ସାପ କାମୁଡାରେ ଝିଅ ମୃତ ବାପ ଗୁରୁତର

କେନ୍ଦୁଝର ୧୮-୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଚଳିତ ବର୍ଷା ଋତୁରେ ରେ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ଅଞ୍ଝଳରେ ସର୍ପ ଦଂଶନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଦର ଥାନା ଅନ୍ତର୍ଗତ ସଂକିରୀ ଗ୍ରାମରେ ଶୁକ୍ରବାର ରାତିରେ ପୁଣି ଏକ ବିଶାକ୍ତ ସାର୍ପ ଦଂଶନରେ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଖବର ମିଳିଛି। ସଂକିରୀ ଗ୍ରାମର ଶୁକଦେବ ମୁଣ୍ଡା ଝିଅ ଓ ପତ୍ନୀଙ୍କ ସହ ରାତ୍ରୀରେ ଘରେ ଶୋଇଥିବା ବେଳେ ଏକ ବିଶାକ୍ତ ସର୍ପ ବାପ ଓ ଝିଅକୁ ଦଂଶନ କରିଥିଲା। ଫଳରେ ଘଟଣାସ୍ଥଳରେ ଝିଅ କୁନ୍ତଳା ମୁଣ୍ଡାର ମୃତ୍ୟୁ ହୋଇଥିବା ବେଳେ ଗରୁତର ଅବସ୍ଥାରେ ବାପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *