ଜିଲ୍ଲା ପରିକ୍ରମା

ସାପ କାମୁଡାରେ ଆଦିବାସୀ ମହିଳାଙ୍କର ମୃତ୍ୟୁ, ମା’ ଛେଉଣ୍ଡ ହୋଇଗଲେ ତିନିପିଲା

ମାଲକାନଗିରି, ୨୪ା୬ (ଓଡିଆ ପୁଅ ) ସାପ କାମୁଡାରେ ଆଜି ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଛି, ତାଙ୍କ ମୃତ୍ୟୁରେ ମା’ ଛେଉଣ୍ଡ ହୋଇ ପଡିଛନ୍ତି ତିନୋଟି ପିଲା। ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ ଦୁଇଦିନ ହେଲା ବର୍ଷା ଲାଗିରହି ଥିବାରୁ ଗାତ ଭିତରେ ରହିଥିବା ସାପ ଗୁଡିକ ବର୍ଷା ପାଣିରେ ବାହରକୁ ପଳାଇ ଆସି ବିଭିନ୍ନ ସାହି ବସ୍ତିରେ ବୁଲିବା ଆରମ୍ଭ କରି ଦେଇଛନ୍ତି। ଗତ କାଲି ରାତ୍ର ୧୨ଟା ରେ କାଲିମେଳା ବ୍ଲକସ୍ଥ ତେଲରାଇ ପଚାଂୟତ ଇପାଗୁଡା ଗ୍ରାମର କାନି ପଡିଆମି ନାମକ ଜଣେ ଆଦିବାସୀ ମହିଳା ନିଜ ଘର ବାରଣ୍ଡାରେ ଶୋଇଥିବା ସମୟରେ ହଟାତ ତାଙ୍କ ଗୋଡକୁ ସାପ କାମୁଡିଦେଇ ଥିଲା, ସେ ଚିତ୍କାର କରିବାରୁ ପରିବାର ଲୋକେ ପହଁଚି ତାଙ୍କ ଗୋଡରୁ ରକ୍ତ ବାହାରୁଥିବା ଓ ବିଛଣା ନିକଟରେ ଏକ ସାପ ଥିବାର ଦେଖି ଜାଣିପାରିଲେ କାନିଙ୍କୁ ସାପ ହିଁ କାମୁଡି ଦେଇଛି, ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ କାଲିମେଳା ଡାକ୍ତରଖାନକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ, ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ସେହିରାତ୍ରରେ ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ମାଲକାନଗିରି ହସପିଟାଲରେ ପହଁଚିଲା ବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଡାକ୍ତରମାନେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥିଲେ। ସାପ ବିଷ ଦେହସାରା ଚଢ଼ି ଯାଇଥିବାରୁ କାନିଙ୍କର ଆଜି ସକାଳେ ମୃତ୍ୟୁ ଘଟି ଥିବାର ଡାକ୍ତରମାନେ ଘୋଷଣା କରିଥିଲେ। କାନି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ମହିଳା ତାଙ୍କର ଘରକୁ ସ୍ୱାମୀ ମୁକେ ପଡିଆମି ସେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, କାନି ହିଁ ଘରକୁ ଏକ ମାତ୍ର ରୋଜଗାରକ୍ଷମ ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁରେ ତାଙ୍କର ଦୁଇଝିଅ ଗୋଟିଏ ପୁଅ ମା ଛେଉଣ୍ଡ ହୋଇଗଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ନିସହାୟ ହୋଇପଡିଛିନ୍ତି।ତାଙ୍କ ପରିବାରଙ୍କୁ ସରକାରି ସହାୟତା ଯୋଗଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top