ସାପ କାମୁଡ଼ାରେ ସ୍ୱାମୀର ମୁତ୍ୟୁ, ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସାଲୟରେ ଭର୍ତ୍ତି

କୋରପୁଟ: ୬/୬/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ)ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆ ଅନ୍ତର୍ଗତ କୂଲାର ସିଂ ଗ୍ରାମ ପଞ୍ଚାୟତର ରାଙ୍ଗନିଗୁଡ଼ା ଗ୍ରାମରେ ଗତକାଲି ରାତିରେ ନିଜ ଘରେ ସ୍ୱାମୀ ଓ ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡ଼ାରେ ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ପତ୍ନୀ ଗୁରତର ହୋଇ କୋରପୁଟ ସହୀଦ ଲକ୍ଷଣ ନାୟକ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି। ସୂଚନାନୁଯାଇ କୁଲାରସିଂଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗନିଗୁଡା ଗ୍ରାମର ବିମନା ତେଲେଙ୍ଗା( ୪୨ )ଓ ପତ୍ନୀ ଗତକାଲି ରାତିରେ ନିଜଘରେ ଶୋଇଥିଲେ।ଏହି ସମୟରେ ଏକ ବିଷଧର ସାପ ସ୍ୱାମୀ ଓ ସ୍ତ୍ରୀଙ୍କୁ କାମୁଡି ଦେଇଥିଲା। ଏହା ଜାଣିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଦେଖିବା କ୍ଷଣି ସ୍ୱାମୀ ବିମନାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପତ୍ନୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କୋରପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *