ଆମ ସଂସ୍କୃତି, କଳା ଓ ଐତିହ୍ୟ

ସାନ ଭଉଣୀ କାନ୍ଧରେ ବଡଭଉଣୀର ଶବ ଗଲା ମଶାଣିକୁ

ମାଲକାନଗିର, ୧୯ା୧(ଓଡିଆ ପୁଅ / ଏସ.ଦାଶ ) ହିନ୍ଦୁ ସମଜାରେ ସାଧାରଣତଃ ମହିଳା କିମ୍ବା ଝିଅ ମାନେ ଶବ ବୋହିବେ ନାହିଁକି ମଶାଣିକୁ ଯିବାର ବାରଣ ଥିବା ବେଳେ ସଭ୍ୟ ଶିକ୍ଷିତ ସମାଜର ଜଣେ ଝିଅ ନିଜ ଭଉଣୀର ଶବକୁ କାନ୍ଧେଇ ମଶାଣିକୁ ନେଇ ଏହି ଅନ୍ଧବିଶ୍ୱାସ ଓ କୁସଂସ୍କାର, ପୁଅ ଝିଅ ଭିତରେ କିଛି ଫରକ ନାହିଁ ସବୁ ସମାନ ବୋଲି ପ୍ରମାଣିତ କରିଦେଇଛନ୍ତି। ସୀମାନ୍ତ ଛତିଶଗଡ ରାଜ୍ୟ ରାନିଗାଁ ଏକ ନିପଟ ମଫସଲ ଗାଁ ର ନରେନ୍ଦ୍ର ଦେବାଙ୍ଗନ ରୁହନ୍ତି, ସେ ମଧ୍ୟବିତ ପରିବାର, ତାଙ୍କର ଦୁଇଟି ଝିଅ ବଡ ଝିଅ ନିହାରିକା ଓ ସାନ ଝିଅ ରିକ୍ଷାଙ୍କା, ବଡଝିଅ କୁ ଡାକ୍ତର କରିବାପାଇଁ ରାଜସ୍ଥାନ ରେ ନିଟ ସଂସ୍ଥାରେ ରାଷ୍ଟ୍ରିୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିଲେ। କୌଣସି କାରଣ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ନିହାରିକା ଗତ ୧୩ତାରିଖ ରାତ୍ରରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଶବ ନିଜ ଗାଁ ରାନିଗାଁରେ ପହଁଚିଲା ପରେ ପିରିବାର ଓ ସମଗ୍ର ଗ୍ରାମବାସିଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଥିଲା। ବିଶେଷ କରି ନିହାରିକାଙ୍କ ସାନ ଭଉଣୀ କାନ୍ଦି କାନ୍ଦି ନିହାରିକାଙ୍କ ଶବ ଉପରେ ଲୁଟି ପଡିଥିଲେ।

ସେ କାନ୍ଦି କାନ୍ଦି କହୁଥିଲେ ଦିଦି ତୁମେ ନାନାବାୟା ଗୀତଗାଇ ମୋତେ କୋଳରେ ଶୁଆଇଦେଇ ଥାଅ ଏବେ କିଏ ମୋତେ ଶୁଆଇଦେବ, ତୁମକାନ୍ଧରେ କେତେ ଥର ମୋତେ ବୋହି ସ୍କୁଲକୁ ନେଇଯାଇଛ, ଏବେ ତୁମକୁ ମଁୁ କାନ୍ଧରେ ବୋହି ନେବି କହି କାନ୍ଦି କାନ୍ଦି କୋକେଇ ନିକଟକୁ ଯାଇଥିଲେ। କୋକେଇ ମଶାଣିକୁ ନେବାକୁ ପ୍ରସ୍ତୁତ ହେବାବେଳକୁ କାହାକୁ ସେଠାକୁ ସେ ଛାଡିନଥିଲେ ନିଜେ କାନ୍ଧେଇ ଧରି ଥିଲେ। ଗ୍ରାମବାସୀମାନେ ଯେତେ ବାରଣ କଲେ ମଧ୍ୟ ସେ କାହାରି କଥାକୁ ଶୁଣିନଥିଲେ। ସେ ଯେତେବେଳେ ଶବ କାନ୍ଧେଇଲେ ତାଙ୍କୁ ଦେଖି ପଡିଶାଘର ର ଭଉଣୀ ହିସାବ ଅନ୍ୟଜଣେ ଝିଅ ମଧ୍ୟ ତାଙ୍କ ସାଥିରେ କାନ୍ଧେଇ ଥିଲେ। ଦୁଇ ଭଉଣୀଙ୍କ ସ୍ନେହ ମମତାର ଏହି କରୁଣ ଦୃଶ୍ୟ ଦେଖି ସମସ୍ଥଙ୍କ ଆଖିରେ ଲୁହ ଆସି ଯାଇଥିଲା।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top