କେନ୍ଦୁଝର

ସାନ୍ତରାପୁର – ଅସନବାହାଳି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ନିମ୍ନମାନର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଘଟଗାଁ, ୧୦.୦୬ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଦୁର୍ଗମ ଅଂଚଳକୁ ଗମନା ଗମନର ସୁବିଧା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା। ମାତ୍ର କିଛି ମୁଷ୍ଟିମେୟ ନେତା ଓ ଲାଭଖୋର ଠିକାଦାରଙ୍କ ଆନ୍ତରିକ ଇଚ୍ଛାଶକ୍ତିର ଅଭାବ ଓ ଦୁର୍ନିତି ଖୋର ମନବୃତିରୁ ଏହି ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଗୁଡିକ ନିର୍ମାଣ ନସରୁଣୁ ପିଚୁ ଉଠି ଯାଉଛିତ କେଉଁଠି ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଘଟଗାଁ ବ୍ଲକର ଜୁଆଙ୍ଗ ଅଧ୍ୟୁସିତ କୁଲାଡେରା ଅଂଚଳରେ ଅସନବାହାଳି ଠାରୁ ଗହଳମୁଣ୍ଡ ଭାୟା କୁଲାଡେରା ଜୁଆଙ୍ଗ ବସ୍ତି ଦେଇ ସାନ୍ତରାପୁର ପର୍ଯ୍ୟନ୍ତ ତିନି କିମି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୫ କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ଅଟକଳରେ ତିଆରି ଚାଲିଛି ଏହି ରାସ୍ତା। ଏହାର କାର୍ଯ୍ୟ ଏକ ମାସ ହେବ ଆରମ୍ଭ ହୋଇଥିବା ବେଳେ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ପୁରୁମୁଣ୍ଡା ସରପଂଚ ରବିନ୍ଦ୍ର ମୁଣ୍ଡା ଓ ସମିତି ସଭ୍ୟ ରଞିତ ବେହେରାଙ୍କ ସମେତ ମାଧବ ଜୁଅଙ୍ଗ, ରାହାସ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି। ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱ ହିନତା ଓ ସମ୍ପୃକ୍ତ ଠିକାଦାରଙ୍କ ମନମାନୀରୁ କାର୍ଯ୍ୟଟି ଆବସ୍ୟକ ଗଭିରତା ପର୍ଯ୍ୟନ୍ତ ଖୋଳାଯାଉନାହିଁ, କଂକ୍ରିଟ ଢଳେଇରେ ନିର୍ଦ୍ଧାରିତ ମାନର ସିମେଣ୍ଟ ମଧ୍ୟ ବ୍ୟବହାର କରାଯାଉନାହିଁ ବୋଲି ଅଭିଯୋଗ କାରୀ ମାନେ ସୂଚନା ଦେଇଛନ୍ତି। ଏହି ରାସ୍ତାକୁ ମାଟି, ଗୋଡି, ବାଲି ପକାଇ ଜେନତେନ ପ୍ରକାରେଣ ସମ୍ପୁର୍ଣ୍ଣ କରିବା ମସୁଧାରେ ଥିବା ଠିକାଦାରଙ୍କ ଭାବ ଭଙ୍ଗିରୁ ହିଁ ଜଣାପଡୁଛି। ତେଣୁ ବିଭାଗୀୟ ଉଚ୍ଚ କତୃପକ୍ଷ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟକୁ ଉତମ ମାନର କରାଇବା ପାଇଁ ଦାବି ଜୋରଧରିଛି। ନଚେତ ଆଗାମି ଦିନରେ ରାସ୍ତା କାମକୁ ବନ୍ଦ କରାଇବେ ବୋଲି ପୁରୁମୁଣ୍ଡା ପଂଚାୟତବାସୀ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top