ଓଡ଼ିଶା

ସାନଭାଇ ର ମାଡ଼ରେ ବଡଭାଇ ମୃତ୍ୟୁ , ଅଭିଯୁକ୍ତ ସାନଭାଇ ଗିରଫ

ପାଟଣା,ତା୦୪/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ଗାଲଫୁଲା ଗ୍ରାମରେ ସୋମବାର ପୂର୍ବାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ସାନଭାଇର ଲୁହାରଡ ମାଡରେ ବଡଭାଇ ର ମୃତ୍ୟୁ ଘଟିଛି । ଗ୍ରାମର ନିଳାମ୍ବର କମାର(୬୫) ଓ ତାଙ୍କ ସାନଭାଇ ନରହରି କମାର(୬୨) ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ସହ ମାରପିଟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ନରହରି ଏକ ଲୁହାରଡ ରେ ବଡଭାଇ ନିଳାମ୍ବର କୁ ଆକ୍ରମଣ କରିଥିବା ବେଳେ ବଡଭାଇ ନିଳାମ୍ବର ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ଘଟିବାପରେ ଯାଜପୁର ରେ ରହୁଥିବା ନିଳାମ୍ବର ଙ୍କ ପୁଅ କମଳାକାନ୍ତ ଖବର ପାଇ ତାଙ୍କ ବାପାଙ୍କୁ ହତ୍ଯା କରାଯାଇଥିବା ପାଟଣା ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ , ଏଏସଆଇ ଅଶୋକ କୁମାର ନାୟକ ଗାଲଫୁଲା ଗାଁ କୁ ଯାଇ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସାନଭାଇ ନରହରି କୁ ଗିରଫ କରିଥିବା ବେଳେ ମଙ୍ଗଳବାର ମୃତ ନିଳାମ୍ବର ର ଶବବ୍ୟବଛେଦ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top