ସାନଭାଇ ମାଡରେ ବଡ଼ ଭାଇ ମୃତ

ତୁରୁମୁଙ୍ଗା ୪-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଳଫୁଲା ଗ୍ରାମରେ ଅଘଟଣ ସାନଭାଇ ନରହରି କମାରର ମାଡ଼ରେ ବଡ଼ ଭାଇ ନିଳାମ୍ବର କମାର (୫୯)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ଆଜି ନିଜ ନିଜ କମାର ଶାଳକୁ ନେଇ ଦୁଇ ଭାଇଙ୍କ ମଧ୍ୟ ରେ ବଚସା ହୋଇଥିଲା ଏଥିରେ ସାନ ଭାଇ ଉତକ୍ଷିପ୍ତ ହୋଇ ପ୍ରଥମେ ବଡ଼ ଭାଇ ମୁଣ୍ଡକୁ ବାଡେଇଥିଲା ପରେ ଲୁହା ପଜାଇବାରେ ବ୍ୟବହୃତ ହୋଉଥିବା ସଣ୍ଡୁଆଶି ମୁଣ୍ଡକୁ ପ୍ରହାର କରିବାରୁ ବଡ଼ଭାଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ବଡ଼ ଭାଇକୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ମୃତ୍ୟୁ ଘଟିଥିଲା। କିନ୍ତୁ ଚଞ୍ଚକତା କରି ଶବକୁ ମେଡିକାଲରୁ ଘରକୁ ଆଣି ଆସିଥିଲେ ପରିବାର ଲୋକେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗାଁରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପୋଲିସ୍ ପଠାଇଛି। ଅଭିଯୁକ୍ତ ସାନ ଭାଇ ନରହରି (୫୫)କୁ ପାଟଣା ଥାନା ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

Leave a Reply

Your email address will not be published. Required fields are marked *