ସାନଭାଇକୁ ମରଣାତ୍ମକ ଆକ୍ରମଣ କରି ବଡ଼ ଭାଇ ଗିରଫ

ତୁରୁମୁଙ୍ଗା ୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନିଶ୍ଚିନ୍ତପୁର ଗ୍ରାମରେ ସାନଭାଇକୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗରେ ବଡ଼ଭାଇ ଶ୍ରୀକାନ୍ତ ନାଏକଙ୍କୁ ସାହାରପଡା ଫାଣ୍ଡି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁଯାଇ ଗତ ସୋମବାର ଦିନ ଗାଁ ନିକଟସ୍ଥ ପଡିଆରେ ଗାଈ ଚରାଉ ଥିବା ସମୟରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ବଡ଼ ଭାଇ ଶ୍ରୀକାନ୍ତ ଉତକ୍ଷିପ୍ତ ହୋଇ ସାନ ଭାଇ ତ୍ରିଲୋଚନଙ୍କ ଗୁପ୍ତାଙ୍ଗକୁ ହାତରେ ଟାଣି ଦେଇଥିଲେ। ଫଳରେ ତ୍ରିଲୋଚନଙ୍କ ର ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସାନ ଭାଇ ତ୍ରିଲୋଚନର ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା କେସ ନମ୍ବର ୧୧୭/୧୮ ଆଇପିସି ଧାରା ୩୦୭ ରେ ବଡ଼ ଭାଇ ଶ୍ରୀକାନ୍ତ ନାଏକକୁ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପୋହି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *