ଓଡ଼ିଶା

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଙ୍ଗା ଭିଆଇବାର ଦାୟୀତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

– ମୁଖ୍ୟମନ୍ତ୍ରୀ ହେଉଛନ୍ତି ହିଂସାର ମହାନାୟକ
– ସୋହେଲାରେ ବିଜେପି ନେତୃବୃନ୍ଦଙ୍କୁ ଆକ୍ରମଣ ହୋଇଥିବା ଘଟଣାରେ ସଂପୃକ୍ତ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଗିରଫ କରାଯାଉ
– ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ହୋଇଥିବାରୁ ଶାସକ ବିଜେଡିର ହିଂସା ଏବଂ ଗୁଣ୍ଡାରାଜ ବିରୁଦ୍ଧରେ ଆଗାମୀ ଦିନରେ ଓଡିଶାବାସୀ ଉଚିତ୍ ଜବାବ ଦେବେ
ଭୁବନେଶ୍ୱର, ତା ୦୧/୦୪ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ହେଉଛନ୍ତି ହିଂସାର ମହାନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ ହିଂସାର ଦୌରାତ୍ମ ବୃଦ୍ଧି ପାଉଛି। ଶାସକ ବିଜେଡି କେବଳ ହିଂସା ଦ୍ୱାରା ବିରୋଧୀଙ୍କୁ ଆକ୍ରମଣ କରି ଏକଚାଟିଆ ଶାସନ କରିବାକୁ ପ୍ରୟାଶ କରୁଛି। ୨୦୧୯ ପୂର୍ବରୁ ଦଙ୍ଗା ଭିଆଇବାର ଦାୟୀତ୍ୱ ବି ଖୋଦ୍ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି। ଶାସକ ବିଜେଡି ହ୍ରିଂସ ହୋଇ ପ୍ରତିଦିନ ରାଜ୍ୟରେ ବିଜେପିର ନେତା ଏବଂ କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ ଦ୍ୱାରା ଭୟଭୀତ କରାଇ ସତ୍ୟର ସ୍ୱର ଚାପିଦେବାକୁ ବସିଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଗତ କିଛିଦିନ ପୂର୍ବରୁ ହିନ୍ଦୋଳରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରିବା ଏବଂ ଗତକାଲି ବିଜେପିର ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପାଇଁ ଯାଇଥିବା ବିଜେପି ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟ ଏବଂ ରାଜ୍ୟ ସାଧାରଣ ସଂପାଦର ରଂଜନ ପଟେଲଙ୍କୁ ମରଣାନ୍ତକ ଆକ୍ରମମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଆକ୍ରମଣ ଘଟଣାରେ ଶାସକ ବିଜେଡି ଦଳର ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସଂପୃକ୍ତି ପ୍ରମାଣିତ ହୋଇଛି ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପୋଲିସ ବିଭାଗ ଶାସକ ଦଳର ହାତବାରେସି ସାଜି କାର୍ଯ୍ୟ କରୁଛି। ଶାସକ ବିଜେଡି ରକ୍ତମୁଖା ସାଜି ଆକ୍ରମଣକୁ ଶେଷ ପନ୍ଥା ଭାବେ ଆଦରି ନେଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନେିର୍ଦ୍ଦଶରେ ବିଜେଡି ଗୁଣ୍ଡାରାଜ ଚଳାଇଛି। ଏହାକୁ କେବେବି ଓଡିଶାବାସୀ ଗ୍ରହଣ କରିବେ ନାହିଁ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବାରୁ ଏଠି ହିଂସାକୁ ପ୍ରଶୟ ଦିଆଯାଏ ନାହିଁ। ଏଭଳି ଗୁଣ୍ଡାରାଜ ବିରୁଦ୍ଧରେ ଆଗାମୀ ଦିନରେ ଓଡିଶାବାସୀ ଉଚିତ୍ ଜବାବ ଦେବେ। ଶାସକ ବିଜେଡି ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ହିଂସାଦ୍ୱାରା ଦମନ କରିବାର କାର୍ଯ୍ୟ ବନ୍ଦ କରି ସାଧାରଣ ଲୋକଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ କରିବା ସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ଆବଶ୍ୟକ। ଏଥି ସହ ସୋହେଲାରେ ବିଜେପି ନେତୃବୃନ୍ଦଙ୍କୁ ଆକ୍ରମଣ ହୋଇଥିବା ଘଟଣାରେ ସଂପୃକ୍ତ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଗିରଫ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ଶର୍ମା ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top