ଅନୁଗୁଳ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୈାଡ଼

ତାଳଚେର, ୨୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାଧାରଣତନ୍ତ୍ର ଦିବସ-୨୦୧୮ ଉପଲକ୍ଷେ ଏକ ଗଣଦୈାଡ଼ ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି। ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ଏବଂ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଗଣ ଦୈାଡ଼ ସକାଳ ୮.୩୦ମିନିଟ୍ ସମୟରେ ତାଳଚେର ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶେଷ ହୋଇଥିଲା। ଗଣଦୈାଡ଼ ପରେ ପଂଚାୟତ ସଭାଘରଠାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପୁରୁଷ ବିଭାଗରେ ମୋଟ ୯୦ଜଣ ପ୍ରତିଭାଗୀଙ୍କ ମଧ୍ୟରୁ ସୋନି ଦାସ ୧ମ, ଦେବାଶିଷ ପଟ୍ଟନାୟକ ୨ୟ ଓ ଅଭିଷେକ ସ୍ୱାଇଁ ୩ୟ ସ୍ଥାନ, ରାକେଶ ଭୂତିଆ ୪ର୍ଥ ଏବଂ ଗଣେଶ୍ୱର ସିଠ ୫ମ ସ୍ଥାନ ଅଧିକାର କରିଥିଲେ। ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୧୫ଶହ, ୧ହଜାର ଓ ୭ଶହ ୫୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ୨୩ଜଣ ମହିଳା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରିୟଙ୍କା ପି. ପଟ୍ଟନାୟକ ୧ମ, ରେଣୁବାଳା ସାହୁ ୨ୟ, କୁନି ଜେନା ୩ୟ ହୋଇଥିବା ବେଳେ ପ୍ରୀତିମଞ୍ଜରୀ ଦାସ ଓ ସସ୍ମିତା ବେହେରା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ନିତ୍ୟାନନ୍ଦ ସାହୁ, ଏସ୍.ଡି.ପି.ଓ ହେମନ୍ତ କୁମାର ପଣ୍ଡା, ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ, ବେସାମରିକ ପ୍ରତିରକ୍ଷା ସଙ୍ଗଠନର ଅଧିକାରୀ ନିରଞ୍ଜନ ନାୟକ, ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପେସ୍କାର ଗଡ଼ନାୟକ, ଏନ୍.ସି.ସି ଅଧିକାରୀ ସୁବ୍ରତ ଦାସ, ସଦାନନ୍ଦ ପଣ୍ଡା, ପରିବେଶପ୍ରେମୀ ବାଉରୀବନ୍ଧୁ ବେଜ, ସମାଜସେବୀ କ୍ଷୀରୋଦ ସାହୁ, ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ, ସେଂଟ ଜନ ଅନନ୍ତ ଆମ୍ବୁଲାନ୍ସ ଡିଭିଜନର ପ୍ରଦୀପ୍ତ କୁମାର ସ୍ୱାଇଁ, ଡାକ୍ତର, କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top