ଓଡ଼ିଶା

ସାଧାରଣତନ୍ତ୍ର ଦିବସରେ ଦୁଃସାହସିକ କଳାପ୍ରଦର୍ଶନ କରିବାକୁ ଥିବା ଓଡିଆ ଝିଅମାନଙ୍କୁ ଭେଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ଶୁଭେଚ୍ଛା

– ବିଏସଏଫର ସୀମା ଭବାନୀ କଂଟିଜେଂଟରେ ସାମିଲ ମୀତା, ଅନୁସୟା, ସୁକାମିନି, କ୍ରିଷ୍ଣା, ସୁବନ୍ତୀ  ଓ ବନୀତାଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ
– ଏହି ଓଡିଆ ଝିଅମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ

ନୂଆଦିଲ୍ଲୀ, ଜାନୁଆରୀ ୨୨(ଓଡ଼ିଆ ପୁଅ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୋଟର ସାଇକେଲ ଚଲାଇ ଦୁଃସାହସିକ କଳା  ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଥିବା ସୀମା ଭବାନୀ ଗ୍ରୁର ୬ ଓଡିଆ ଝିଅଙ୍କୁ ନିଜ ସରକାରୀ ବାସଭବନରେ ସାକ୍ଷାତ  କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ଦିନ ବିଏସଏଫରେ କାମ କରୁଥିବା ଓଡିଆ ଝିଅ ମୀତା, ଅନୁସୟା, ସୁକାମିନି, କ୍ରିଷ୍ଣା, ସୁବନ୍ତୀ ଓ  ବନୀତାଙ୍କୁ ସାକ୍ଷାତ କରି ଏହି ଝିଅମାନେ ସେମାନଙ୍କର ଦୁଃସାହସିକ କଳା ନୈପୁଣ୍ୟ ମାଧ୍ୟମରେ ଗଣତନ୍ତ୍ର ଦିବସରେ  ଇତିହାସ ରଚିବାକୁ ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଓଡିଆ ଝିଅମାନେ ସେମାନଙ୍କର କଠିନ ପରିଶ୍ରମ, ସାହାସ ଓ ଦୁଃସାହସିକ ଭାବନାରେ ରାଜଧାନୀ ରାଜ ରାସ୍ତାରେ ସମଗ୍ର ଭାରତ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ଏହି ସୁଯୋଗ୍ୟା ଝିଅ ମାନେ ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଅନନ୍ୟ ସାହାସର  ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ସାହାସ ଓ ଦେଶ ପାଇଁ ତ୍ୟାଗ କରିବାର ସତସାହାସ ପାଇଁ ଶ୍ରୀ ପ୍ରଧାନ ସେମାନଙ୍କୁ  ଅଭିନନ୍ଦନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top