ନୂଆଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ପର୍ବତାରୋହୀଙ୍କ ଏକ ବିଶେଷଜ୍ଞ ଦଳ ପ୍ରଥମେ ୬ଟି ବିଭିନ୍ନ ମହାଦ୍ୱୀପର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ ଏବଂ ଏଇ ନିକଟରେ ମିଶନ ସାତ ଶିଖର ପୁରା କରିବା ଉଦ୍ଦେଶ୍ୟରେ ଆଂଟାର୍କଟିକାର ମାଉଂଟ ଭିନସନ ଆରୋହଣ କରିବା ପାଇଁ ଅନ୍ତିମ ଅଭିଯାନରେ ୨୦୧୭ ଡିସେମ୍ବର ୮ରେ ଗସ୍ତ କରିଥିଲେ। ଗ୍ରୁପ କ୍ୟାପଟେନ ସି ତ୍ରିପାଠୀ ବିଏମ ଙ୍କ ନେତୃତ୍ୱରେ ୫ ସଦସ୍ୟ ବିଶିଷ୍ଟ ଦଳର ଯାତ୍ରାକୁ ବାୟୁ ସେନା ପ୍ରମୁଖ ଏୟାର ଚିଫ ମାର୍ଶାଲ ବିଏମ ଧନୋୱା ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ।
ଏହି ଦଳ ୨୦୧୭ ଡିସେମ୍ବର ୨୫ ସଂଧ୍ୟା ୬.୪୫ ସମୟରେ ଆଂଟାର୍କଟିକାର ସର୍ବୋଚ୍ଚ ଘାଟି ଉପରେ ତ୍ରିରଙ୍ଗା ପତାକା ଏବଂ ଭାରତୀୟ ବାୟୁ ସେନାର ପତାକା ଗୌରବର ସହିତ ଉଡାଇ ଫେରିଥିଲେ।
୨୦୧୮ ଜାନୁଆରୀ ୧୧ରେ ଏକ ଉତ୍ସବରେ ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ଶାଲ ବିଏମ ଧନୋୱା ଦଳର ନେତା ଗ୍ରୁପ କ୍ୟାପଟେନ ଆରସି ତ୍ରିପାଠୀଙ୍କ ଠାରୁ ବରଫ କଟା କୁରାଢ଼ି ଏବଂ ତ୍ରିରଙ୍ଗା ପ୍ରାପ୍ତ କରିବା ପରେ ଦଳକୁ ସ୍ୱାଗତ କରିଥିଲେ। ଅଭିଯାନ ସମୟରେ ଦେଖାଦେଇଥିବା ବାଧା ସହିତ ଲଢ଼ିବାର ବାହାଦୁରି ପାଇଁ ସେ ଦଳର ପ୍ରଶଂସା କରିଥିଲେ। ସେ ଦଳର ସମସ୍ତଙ୍କୁ ମହାଦ୍ୱୀପର ସର୍ବୋଚ୍ଚ ପର୍ବତ ଉପରେ ତ୍ରିରଙ୍ଗା ଉଡାଇବାର ଐତିହାସିକ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଭାରତର ପ୍ରଥମ ସଙ୍ଗଠନ ଭାବେ ଭାରତୀୟ ବାୟୁସେନା ୭ଟି ପର୍ବତ ଶିଖର ଅଭିଯାନ ପୂରଣ କରିଛି। ଏହା ଏକ ବିଶେଷ ଉପଲବ୍ଧି।
ଭାରତୀୟ ବାୟୁସେନା ସାହାସିକ ଆହ୍ୱାନକୁ ପୂରଣ କରିବାରେ ସବୁବେଳେ ଅଗ୍ରଣୀ ରହିଛି। ସମସ୍ତ ମହାଦ୍ୱୀପର ଶୀର୍ଷ ପର୍ବତରେ ତ୍ରିରଙ୍ଗା ପତାକା ଉଡାଇବା ଉଦ୍ଦେଶ୍ୟରେ ଭାରତୀୟ ବାୟୁସେନାର ୭ ଶିଖର ମିଶନ ଆରମ୍ଭ କରାଯାଇଥିଲା। ୨୦୦୫ରେ ମାଂଉଟ ଏଭେରେଷ୍ଟ ଆରୋହଣ କରିବା ପରେ ଭାରତୀୟ ବାୟୁସେନା ୨୦୦୮ରେ ମିଶନ ସପ୍ତ ଶିଖର ପର୍ବତାରୋହଣ ଅଭିଯାନର ଅପ୍ରତ୍ୟାଶିତ ଶୃଙ୍ଖଳା ଆରମ୍ଭ କରିଥିଲା।
ଭାରତୀୟ ବାୟୁସେନା ନିଜ କର୍ମୀମାନଙ୍କ ପାଇଁ ନିୟମିତ ଆଧାରରେ ସାହାସିକ କାର୍ଯ୍ୟ ଏବଂ କ୍ରୀଡ଼ାକୁ ପ୍ରୋତ୍ସାହିତ କରିଥାଏ ଏବଂ ବାୟୁସେନା କର୍ମୀଙ୍କ ସାହାସ ଏବଂ ଶୌର୍ଯ୍ୟକୁ ମହତ୍ୱପୂର୍ଣ୍ଣ ସ୍ଥାନ ଦେଇଥାଏ। ଶାନ୍ତି ସମୟରେ ସାହସିକ କାର୍ଯ୍ୟରେ ସାମିଲ ହେବା ଫଳରେ ସେନାର ସାମର୍ଥ୍ୟ ବୃଦ୍ଧି ପାଇଥାଏ ଏବଂ ଏକତ୍ୱର ଭାବନା ବୃଦ୍ଧି ହୋଇଥାଏ। ସଠିକ ନିର୍ଣ୍ଣୟ ନେବା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୁଏ।
