ଜିଲ୍ଲା ପରିକ୍ରମା

ସାତଭଉଣୀ ଉଚ୍ଚ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ଭଦ୍ରକ, ୧୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) ; ଭଦ୍ରକ ବ୍ଲକ ଅନ୍ତର୍ଗତ ସାତଭଉଣୀ ଉଚ୍ଚବିଦ୍ୟାପୀଠର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅଂଜୁଲିକା ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବାଲେଶ୍ୱରସ୍ଥିତ ବି.ସି.ଇ.ଟିର ପ୍ରଫେସର ରାଜକିଶୋର ସାହୁ ମୁଖ୍ୟ ଅତିଥି, ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଧ୍ୟାପକ ସିଦ୍ଦେଶ୍ୱର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବକୁ ଶିକ୍ଷକ ଜଗନ୍ନାଥ ପାତ୍ର, ସଚ୍ଚିକାନ୍ତ ପଣ୍ଡା, ନରେନ୍ଦ୍ର କୁମାର ନାୟକ, ଶିକ୍ଷୟିତ୍ରୀ ଆରତୀ ମହାନ୍ତି, ଜୟନ୍ତୀ ଦାସ, ଜୟନ୍ତୀ ମଲ୍ଲିକ, ଶିକ୍ଷାକର୍ମଚାରୀ ବାମନ ଚରଣ ତ୍ରିପାଠୀ, ସାଇରା ଖାତୁନ, ଅରୁଣ କୁମାର ଦତ୍ତ ତଥା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top