ସାତଟି ବାରହା ମୁଣ୍ଡ ଜବତ : ଜଣେ ଅଟକ

ପୁରୁଷୋତ୍ତମପୁର,୧୦/୯ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବନାଞ୍ଚଳ ଅନ୍ତର୍ଗତ ଅନ୍ତରିଗାଁ ପଞ୍ଚାୟତର ଏ.ଗୋବିନ୍ଦପୁର ଗ୍ରାମରେ ବାରହା ମାସ ବିକ୍ରି କରାଯାଉଥିବା ଖବରପାଇ ଫରେଷ୍ଟର ଶିବବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ସୂଚନାଯୋଗ୍ୟ, ସ୍ଥାନୀୟ ଗ୍ରାମର ହରିଜନ ସାହିରେ ଟୁନା ନାୟକ ନାମକ ଜଣେ ବ୍ୟକ୍ତି ୬ ଗୋଟି ମୁଣ୍ଡ ସହ ଗୋଟିଏ ବାରହାର ମାଂସ ବିକ୍ରି କରୁଥିବା ଖବରପାଇ ଘଟଣା ସ୍ଥଳରୁ କାତି, ତାର, ମୁଣ୍ଡା ଜବତ କରିବା ସହ ଉକ୍ତ ବ୍ୟକ୍ତିକୁ ଅଟକ ରଖିଛନ୍ତି। ଛଅ ଗୋଟି ମୁଣ୍ଡ କୋୖଣସି ପଶୁର ଜଣାପଡିନଥିଲା। ଫଳରେ ପ୍ରାଣୀ ଚିକିତ୍ସକ ଶରତ ବେହେରା ପହଞ୍ଚି ମାଈ ବାରହା ବୋଲି ଚିହ୍ନଟ କରିଥିଲେ। ଟୁନାକୁ ଅଟକ ରଖି ଏହି କାର୍ଯ୍ୟରେ କେଉଁମାନେ ଅନ୍ତର୍ଭୂତ ଅଧିକ ତଦନ୍ତ ଜାରି ରହିଥିବା ଫରେଷ୍ଟର ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଚଢ଼ାଉରେ ଫରେଷ୍ଟ ଖାର୍ଡ ଲିଜା ପାଣିଗ୍ରାହୀ, ସୁନିତା ଜାନି ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *