ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ

ଅନୁଗୋଳ, ୨୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏଣିକି ଓଡ଼ିଶାର ସାତକୋଶିଆରେ ଅଭୟାରଣ୍ୟରେ ବିଚରଣ କରିବେ ମହାବଳ ବାଘ। ସୂଚନାନୁସାରେ ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ୩ ବର୍ଷ ବୟସ୍କ ମହାବଳ ବାଘକୁ ଟ୍ରାଙ୍କୁଲାଇଜର ଦେଇ ବନ ବିଭାଗ କର୍ମଚାରୀମାନେ ସାତକୋଶିଆ ଅଭୟାରଣ୍ୟକୁ ଛାଡ଼ିବା ପାଇଁ ଆଣିଛନ୍ତି। ଉକ୍ତ ମହାବଳ ବାଘକୁ ସାତକୋଶିଆ ବନଖଣ୍ଡର ରାଇଗୁଡ଼ ରେଞ୍ଜରେ ଛଡ଼ାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୫ଟି ମହାବଳ ବାଘକୁ ଅଣାଯିବାର ଯୋଜନା କରାଯାଉଛି। ଏହି ପରି ୩ ଦମ୍ପତି ମହାବଳ ବାଘକୁ ଉକ୍ତ ଅଭୟାରଣ୍ୟରେ ଛଡ଼ାଯାଇ ସେମାନଙ୍କ ବଂଶବିସ୍ତାର କରାଯିବାକୁ ଉଦ୍ୟମ କରାଯାଉଛି। ତେବେ ବାଘଟିକୁ ଅଭୟାରଣ୍ୟରେ ଛଡ଼ା ଯିବାପୂର୍ବରୁ ତାର ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ।

 

 

Leave a Reply

Your email address will not be published. Required fields are marked *