ଜିଲ୍ଲା ପରିକ୍ରମା

ସାଢେ ୭ହଜାର ନକଲି ନୋଟ ଜବତ

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ପୁରୁଣାବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଏକ ଦୋକାନୀଙ୍କୁ ଜଣେ ଯୁବକ ଏକ ୨ ହଜାର ଟଙ୍କିଆ ନୋଟ ଦେବା ସମୟରେ ଏହା ଜାଲ ବୋଲି ଜଣାପଡିବା ପରେ ଦୋକାନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଟଙ୍କା ଦେଉଥିବା ଯୁବକଙ୍କୁ କାବୁ କରି ପୁଲିସରେ ଦେଇଛି । ପୁଲିସ ଉକ୍ତ ଯୁବକ ନିକଟରୁ ୭ହଜାର ୫ଶହ ଟଙ୍କାର ଜାଲ ନୋଟ ଜବତ କରିଛି । ଏଥିରେ ଗୋଟିଏ ୨ହଜାର ନୋଟ, ୨ଟି ୫ଶହ ଟଙ୍କିଆ ଓ ୪୫ଟି ଶହେ ଟଙ୍କିଆ ନୋଟ ରହିଛି । ପୁଲିସ ଜାଲ ନୋଟ କାରବାର କରୁଥିବା ଇସୁଫପୁର ଗ୍ରାମର ସେକ୍ ବାବୁଙ୍କୁ ଥାନାରେ ଅଟକ ରଖି ଏହାର ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top