ସାଢେ ୪ କିଲୋ ଓଜନ ର ୨ଟି ହାତୀ ଦାନ୍ତ ଉଦ୍ଧାର। ୨ ଜଣ ଅଭିଯୁକ୍ତ ଗିରଫ- ୨୫ଦିନ ପରେ ପରେ ବନ ବିଭାଗର ମିଛ ପଦାକୁ ଆସିଲା– ମାଈ ହାତୀ କହି ଘଟଣା କୁ ଚପାଇ ଦେଇଥିଲା ବନ ବିଭାଗ

ଢେଙ୍କାନାଳ ୬/୫(ଓଡିଆପୁଅ/ଦୁଷ୍ମନ୍ତ କୁମାର ମହାନ୍ତି )ଢେଙ୍କାନାଳ ଜିଲ୍ଲା ମହାବିରରୋଡ଼ ରେଞ୍ଜ ପଙ୍ଗାତିରା ବିଟ୍ ଜାଙ୍ଗୁ ଗ୍ରାମ ଖୋଲମୁଣ୍ଡା ପାହାଡ଼ ନିକଟ ରୁ ଗତ ଏପ୍ରିଲ ୧୨ ତାରିଖ ରେ ଏକ ଦନ୍ତା ହାତୀ ର ମୃତ ଦେହ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା ଢେଙ୍କାନାଳ ବନ ବିଭାଗ। କିନ୍ତୁ ତାର ଦାନ୍ତ ଦୁଇଟି ଗାଏବ ଥିଲା। ଯାହା ଜଣା ପଡୁଥିଲା ହାତୀଟିକୁ କେହି ଶିକାର କରି ଦାନ୍ତ ୨ଟି କୁ ଲୁଟିନେଇଛି। ହାତୀ ଟିର ବୟସ ପାଖାପାଖି ୩୦ ବର୍ଷ ହେବ ଏବଂ ହାତୀଟିର ମୃତ୍ୟୁ ପ୍ରାୟ ୨୫ ଦିନ ପୂର୍ବରୁ ହୋଇଥିଲା ପରି ଜଣା ପଡୁଥିଲା। ଏହି କଥା ଗଣମାଧ୍ୟମ ପଚାରିବାରୁ ମୁହଁ ଲୁଚାଇ ଥିଲା ବନବିଭାଗ। ଫୋନ ଯୋଗେ ଏ.ସି.ଏଫ.ଓ ମହେଶ୍ୱର ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ହାତୀଟିର ଶବଟିକୁ ବ୍ୟବଛେଦ କଲାପରେ ହିଁ ଜଣାପଡିବ ହାତୀଟି ମାଈ ନା ଦନ୍ତା ଏବଂ ହାତୀଟିର ମୃତ୍ୟୁ କିପରି ହୋଇଛି। ଅପେକ୍ଷା କରାଗଲା ଶବ ବ୍ୟବଛେଦ ରିପୋର୍ଟକୁ ଆଉ ରିପୋର୍ଟ ଆସିଲା ପରେ ବନ ବିଭାଗ ସଫେଇ ଦେଲା ଯେ ରିପୋର୍ଟ ରେ କିଛି ବାହାରିଲା ନାହିଁ।ଏହା ସହ ବନ ବିଭାଗ କହିଥିଲା ଯେ ଆମେ ଆଖ ପାଖ ଗ୍ରାମର ଲୋକ ଙ୍କୁ ପଚାରିଥିଲୁ ଯାହା ଜଣା ପଡୁଛି ହାତୀ ଟି ମାଈ ଓ ହାତୀଟିର ବୟସ ପ୍ରାୟ ୪୦ ରୁ ଉର୍ଦ୍ଧ। ଆଜିର ବିଜ୍ଞାନ ବହୁତ ଆଗରେ ଏମିତିକି କୈାଣସି ଜୀବ ର ଜୀବାସ୍ମ ମିଳିଲେ ସେ ଜୀବ ଟି ର ଆକାର ,ଓଜନ ସହ କେତେ ବର୍ଷ ପୂର୍ବ ରୁ ତାହାର ମୃତ୍ୟୁ ହୋଇଛି ଜଣାପଡୁଛି। କିନ୍ତୁ ବନ ବିଭାଗକୁ ହାତୀଟିର ମୃତ ଶରୀର ମିଳିଥିଲେ ମଧ୍ୟ ସେଥିରୁ କିଛି ଜଣା ପଡି ନଥିଲା।ଏହି ଘଟଣା ରେ ବନ ବିଭାଗର ୨ଜଣ ତଳତଳିଆ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରି କାମ ସାରି ଦେଇ ବସି ପଡିଥିଲା ବନ ବିଭାଗ।

ଦିର୍ଘ ୨୫ ଦିନ ପରେ ମହାବିରରୋଡ଼ ରେଞ୍ଜ ପଙ୍ଗାତିରା ବିଟ୍ ଜାଙ୍ଗୁ ଗ୍ରାମ ଖୋଲମୁଣ୍ଡା ପାହାଡ଼ ନିକଟ ରୁ ସାଢେ ୪ କିଲୋ ଓଜନ ର ୨ଟି ହାତୀ ଦାନ୍ତ ଉଦ୍ଧାର କରିଛି ଢେଙ୍କାନାଳ ବନ ବିଭାଗ। ଏହା ସହ ୨ଜଣ କୁ ଗିରଫ କରାଯାଇଛି। ସେ ଦୁଇଜଣ ହେଲେ ପର୍ଜଙ୍ଗ ଥାନା ଅନ୍ତର୍ଗତ ଜାଙ୍ଗୁ ଗ୍ରାମ ର ରମେଶ ନାୟକ ଏବଂ ଦଶି ପୁର ଗ୍ରାମର କାର୍ତ୍ତିକ ନାୟକ। ଗତ କାଲି ଦାନ୍ତ ଦୁଇଟି ସେହି ଅଞ୍ଚଳ ରେ ଥିବା ର ଖବର ପାଇଥିଲା ବନ ବିଭାଗ। ପରେ ସାଧା ପୋଷାକ ରେ ବନ ବିଭାଗ ର ଜଣେ କର୍ମଚାରୀ ଦାନ୍ତ କିଣିବା ବାହାନା ରେ ଯାଇ ୧୦ହଜାର ଟଙ୍କା ଆଡଭାନ୍ସ ଦେଇ ଆସିଥିଲେ। ପରେ ମହାବିରରୋଡ଼ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା ଙ୍କ ସହ ବନ ବିଭାଗ ର ଏକ ୧୦ ଜଣିଆ ଟିମ ୍ ଯାଇ ଦାନ୍ତ ୨ଟିକୁ ଉଦ୍ଧାର କରିବା ସହ ଦୁଇ ଜଣ କୁ ଗିରଫ କରିଥଲା। ଆଜି ଫୋନ ଯୋଗେ ଏସିଏଫଓ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଉଦ୍ଧାର କରାଯାଇଥିବା ହାତୀ ଦାନ୍ତ ୨ଟି ଏପ୍ରିଲ ୧୨ ତାରିଖ ରେ ସେହିଠାରୁ ଗଳିତ ଅବସ୍ଥାରେ ମିଳିଥିବା ହାତୀଟିର।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ୨୫ ଦିନ ହେବ ପଙ୍ଗାତିରା ବିଟ ଠାରୁ ମାତ୍ର ୨ କି.ମି. ଦୂର ରେ ଏକ ଦନ୍ତା ହାତୀ ମରି ପଡିଥିଲେ ମଧ୍ୟ ବନ ବିଭାଗ କି ରି ସୂଚନା ପାଇ ନଥିଲା। ବନବିଭାଗ ଦନ୍ତାହାତୀ ଟିକୁ କାହିଁକି ମାଈହାତୀ କହୁଥିଲା ଏବଂ ଆଜି ଏହା କି ରି ଦନ୍ତାହାତୀ ହେଲା। ବନ ବିଭାଗ କାହିଁକି ଏଭଳି ମୁହଁ ଲୁଚାଉଥିଲା। ପ୍ରକୁତ ରେ କଣ ହାତୀ ଟିର ଶବ ବ୍ୟବଛେଦ ରିପୋର୍ଟ ରେ କିଛି ବାହାରି ନଥିଲା। ପ୍ରାକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଏହି କାମାକ୍ଷାନଗର ଉପଖଣ୍ଡରେ ୨ଟି ହାତୀ ର ମୃତ ଶରୀର ଗଳିତ ଅବସ୍ଥା ରେ ବନବିଭାଗ ଉଦ୍ଧାର କରିଛି ଯାହାକୁ କି ବନ ବିଭାଗ ମାଈହାତୀ କହି ଚପାଇ ଦେଇଛି। ପ୍ରକୁତ ରେ ମିଳିଥିବା ହାତୀ ୨ଟି ମାଈ ନା ଏହା ଭଳିଆ ଦନ୍ତା। ଏଭଳି ଘଟଣାରେ ବନ ବିଭାଗର କିଏ କିଏ ସାମିଲ ଅଛନ୍ତି ତାହାର କ୍ରାଇମବା୍ରଞ୍ଚ ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଦାବି ହୋଇଛି

Leave a Reply

Your email address will not be published. Required fields are marked *