ସାଗରିକା ଲେଡ଼ିଜ କ୍ଲବ ଦ୍ୱାରା ଖେଳକୁଦ ପ୍ରତିଯୋଗିତା ଆୟୋଜିତ

ତାଳଚେର, ୨୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ଥର୍ମାଲସ୍ଥିତ ସାଗରିକା ଲେଡ଼ିଜ କ୍ଲବ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ କ୍ଲବ ଦ୍ୱାରା ପରିଚାଳିତ କଲ୍ୟାଣ କେନ୍ଦ୍ର ଦ୍ୱାରା ଖେଳକୁଦ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଲେଡ଼ିଜ କ୍ଲବର ଅଧ୍ୟକ୍ଷା ରେଣୁ ସିଂ ଯୋଗ ଦେଇ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ କ୍ଲବର ସଦସ୍ୟାଗଣ ଏବଂ ବହୁ ସଂଖ୍ୟାରେ ପ୍ରତିଯୋଗୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *