ସାଗବାରିଆ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ହେଲା

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସାଗବାରିଆଠରେ ଥିବା ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ୟକ୍ଷମ ହୋଇଛି। ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ବିଭାଗୀୟ କତ୍ତୃପକ୍ଷ ପୁରିଜେନାଠାରେ ଥିବା ଗ୍ରିଡ଼୍ରୁ ସାଗବାରିଆ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ବିଭୂପ୍ରସାଦ ଦାସ, ଏ.ଏମ୍ସି ସମିର କୁମାର ପଢ଼ିଆରି, ଏରସମା କନିଷ୍ଠ ଯନ୍ତ୍ରୀ ଚିନ୍ମୟ କୁମାର ମହାନ୍ତିଙ୍କ ସମେତ ଓପିସିଏଲର ଉଚ୍ଚ କତ୍ତୃପକ୍ଷ ଯୋଗଦେଇଥିଲେ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋଭୋଲଟେଜ୍, ବିଦ୍ୟୁତ କାଟ ସମସ୍ୟାରୁ ସ୍ଥାନୀୟ ଅଞ୍ଚଳବାସୀ ଆସ୍ୱସ୍ତି ଲାଭକରିବା ସହିତ ବିଦ୍ୟୁତ ଖାଉଟି ସୁରକ୍ଷା ମଞ୍ଚର ସଭାପତି ବୈଷ୍ଣବ ଚରଣ ଦାସ, ନରେନ କୁମାର ଦାସ, ଉତ୍ତମ କୁମାର ମହାନ୍ତି, ଆଇନିଜିବୀ ସୁଧିର ଖୁଣ୍ଟିଆ, ପ୍ରଦ୍ୟୁମ୍ନ ନନ୍ଦ, ସମ୍ପାଦକ କିଶୋର କୁମାର ଦାସ ପ୍ରମୁଖ ଉପରୋକ୍ତ କର୍ମକର୍ତ୍ତାଙ୍କ ସମେତ ପୂର୍ବତନ ସହକାରି ଯନ୍ତ୍ରୀ ହେମନ୍ତ କୁମାର ରାଉତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *