ସାଉଥବଲଣ୍ଡା ବଣିକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ତାଳଚେର, ୧୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାଉଥବଲଣ୍ଡା ବଣିକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୁରୁବାର ଦିନ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ତାଳଚେର ଉପ ଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ହେମନ୍ତ କୁମାର ପଣ୍ଡା, ତେଂଟୁଲେଇ ସମିତି ସଭ୍ୟା ନିଲମ୍ ଲାଲ, ସାଉଥବଲଣ୍ଡା ବଣିକ ସଂଘ ସଭାପତି ଦିଗମ୍ବର ଗଡ଼ନାୟକ, ସମ୍ପାଦକ ସୁଦର୍ଶନ ଦାସ, ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, କରୁଣାକର ସାମଲ, ତ୍ରିପୁର ସାହୁ, ସୌଭାଗ୍ୟ ମହାରଣା, ଗବେଷକ ବିଭୂତି ଭୂଷଣ ସାହୁ, ବିଶ୍ୱ ମାନବାଧିକାର ସଙ୍ଗଠନର ସମ୍ପାଦକ ସଞ୍ଜୟ ସିଂହ, ପୂର୍ବତନ ସମିତି ସଭ୍ୟ ବିନୋଦ ଲାଲ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଡା.ସୁଶ୍ରୀମା ପାଣିଗ୍ରାହୀ ରକ୍ତଦାତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରକ୍ତ ଭଣ୍ଡାର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ରମଣୀ ରଞ୍ଜନ ଗଡନାୟକ ନାମ ପଞ୍ଜିକରଣ କରିଥିଲେ। ଏ.ଏନ୍.ଏମ୍ ଦିପ୍ତୀରାଣୀ ସାହୁ ରକ୍ତ ସଂଗ୍ରହ କରିଥିବା ବେଳେ ରୁଦ୍ର ମୋହନ ମାଝୀ ରକ୍ତ ପରୀକ୍ଷଣ କରିଥିଲେ। ରକ୍ତଭଣ୍ଡାର କର୍ମଚାରୀ କାମାକ୍ଷା ପ୍ରସାଦ ସାହୁ, ବିମଳ ମୁଖୀ, ସୁକାନ୍ତ ସାହୁ ଓ ପଦ୍ମନାଭ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ସାମ୍ବାଦିକ ରଙ୍ଗାଧର ନାୟକ, ବରିଷ୍ଠ ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା, ମହେନ୍ଦ୍ର ପାଣିଗ୍ରାହୀ, ବଣିକ ସଂଘ ସଦସ୍ୟ ଶ୍ରୀନିବାସ ସାହୁ, ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ, ଯୁବ ନେତା ରାଜେଶ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ମୋଟ ୬୬ଟି ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବଣିକ ସଂଘ ସଦସ୍ୟ ତ୍ରିଲୋଚନ ବର୍ମା, ଶୁଶାନ୍ତ କୁମାର ସାହୁ, ଶାନ୍ତନୁ କୁମାର ବେହେରା, ଅକ୍ରୁର ସାହୁ, ସୁବାସ ଚନ୍ଦ୍ର ଗର୍ଗ, ଉଚ୍ଛବ ପ୍ରଧାନ, ଅକ୍ଷୟ ମହାପାତ୍ର, ଅଶୋକ ଗଡ଼ନାୟକ, କେଶବ ରାଉତ, ରଞ୍ଜନ ପଟ୍ଟନାୟକ, ଲିଲୁ ଗଡନାୟକ, ପତିତପାବନ ପ୍ରଧାନ, ପ୍ରାଣବନ୍ଧୁ ଦେହୁରୀ, ରମେଶ ଚନ୍ଦ୍ର ଗର୍ଗ, ଲକ୍ଷ୍ମୀଧର ସାହୁ, ବିଜୟ ପ୍ରଧାନ, ବିଷ୍ଣୁ ଚରଣ ମିଶ୍ର, ଆନନ୍ଦ ସିଂହ, ବୀରେନ୍ଦ୍ର ସିଂହ, ମୀନକେତନ ଗଡନାୟକ, ସୁଦର୍ଶନ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ରକ୍ତଦାତାମାନଙ୍କୁ ରକ୍ତ ଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *