ଜିଲ୍ଲା ପରିକ୍ରମା

ସାଇବର କ୍ରାଇମ ଓ ଲ ସଚେତନତା ଶିବିର

ଖଡିଆଳ/ନୂଆପଡା-୧୪.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ତାଲୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ତରଫରୁ ଖଡିଆଳ କୋର୍ଟ ପରିସରରେ ସାବର କ୍ରାଇମ ଓ ସାଇବର ଲ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଳତ ହୋଇଯାଇଛି। ଏଥିରେ ଲୋକଦୃଷ୍ଠି କଲେଜ ରାଜା.ଏ.ଟି ହାଇସ୍କୁଲ, ଚଳାନପଡା ସ୍କୁଲ ର ଲିଗାଲ ଏଡ କ୍ଲବର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ତାଲୁକ ଆଇନସେବା ଚ୍ୟାରମେନ ତଥା ସବ ଜର୍ଜ ସଂଘମିତ୍ରା ଦାସ, ପ୍ରଥମ ବିଚାରପତି ଶ୍ରଦ୍ଧା ମାଣ୍ଡୋଠିଆ, ସଦସ୍ୟ ମେଜର ଡ. ରାମଚନ୍ଦ୍ର ମିଶ୍ର, ଆଇନଜିବୀ ସୁଶାନ୍ତ କୁମାର ତାଣ୍ଡି, ରବିନ୍ଦ୍ର କୁମାର, ଛାତ୍ର ମଣ୍ଟୁ ସାହୁ, ରାଧାବିନ୍ଦ୍ର ବେମାଲ ସାଇବର କ୍ରାଇମ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଓକିଲ ଭବେଶ ପାଣଗ୍ରାହୀ, ସଂଜୟ ମହାପାତ୍ର, ମନୋରଂଜନ ରାଉତ ରାୟ, ଆଦିତ୍ୟ ମହାପାତ୍ର, ବିରଜା ସିଂ ଦଳପତି, ରାମଚନ୍ଦ୍ର ବେହେରା, ଶିକ୍ଷକ ଗୈାରାଙ୍ଗ ସାହୁ, ଶିକ୍ଷକ ରାଜକପୁର ବାରିକ, ଅଧ୍ୟାପକ ଶୋଭିତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଲେ ଶେଷରେ ଶୁରେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top