ad
ଜିଲ୍ଲା ପରିକ୍ରମା

ସାଇକେଲ ଗିରି ସାଇକେଲ ଶୋଭାଯାତ୍ରା

ପୁରୀ, ୧୦/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ନିର୍ମାଲ୍ୟ ପକ୍ଷରୁ ପୁରୀ ସାଇକ୍ଲିଂ ଆସୋସିଏସନର ସହଯୋଗିତାରେ ରବିବାର ଅନୁଷ୍ଠିତ ହୋଇଛି ସାଇକେଲ ଗିରି ସାଇକେଲ ଶୋଭାଯାତ୍ରା। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟିଦିଗରେ ଏହି ର୍ୟାଲିର ଆୟୋଜନ କରାଯାଇଥିଲା। ସିଂହଦ୍ୱାରରେ ବଦ୍ରିମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଲିମ୍କା ରେଡ଼ର୍ଡ଼ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ର, ଡ଼କ୍ଟର ବିମଳ ପ୍ରସାଦ ମହାନ୍ତି, ଅଲମ୍ପିୟାନ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପ୍ରାକ୍ତନ ଅଧିନାୟିକା ଶ୍ରଦ୍ଧାଞଳୀ ସାମନ୍ତରାୟ, ଶରତ ମହାନ୍ତି, ଲିଙ୍ଗରାଜ ମିଶ୍ର, ଅର୍ଜ୍ଜୁନ ଆୱାର୍ଡ଼ ମିନତୀ ମହାପାତ୍ର, ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ନିର୍ମାଲ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ସାଇକ୍ଲିଷ୍ଟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବାହାରିଥିଲା ସାଇକେଲ ଶୋଭାଯାତ୍ରା। ସିଂହଦ୍ୱାର ସମ୍ମୁଖରୁ ବାହାରିଥିବା ଏହି ସାଇକେଲ ଶୋଭାଯାତ୍ରାରେ ଶତାଧିକ ଯୁବକ ଯୁବତୀ ଭାଗନେଇ ସଡ଼କ ସୁରକ୍ଷାର ବାର୍ତ୍ତା ବାଂଟିଥିଲେ। ନିର୍ମାଲ୍ୟର ସଂପାଦକ ବିଶ୍ୱନାଥ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top