ad
ଜିଲ୍ଲା ପରିକ୍ରମା

ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେକ ସାୟଦ ଅଲ୍ଲୀ(୪୫)। ଭଦ୍ରକ ଗ୍ରାାମାଞ୍ଚଳ ଥାନା ଅର୍ନ୍ତଗତ ବିଷ୍ଣୁପୁର ବିନ୍ଧା ଗ୍ରାମର ସେକ ଆୟୁବଙ୍କର ସେ ପୁତ୍ର। ପ୍ରାପ୍ତ ସୂଚନା ଅନୁଯାୟୀ ସାୟଦ ଅଲ୍ଲୀ ଆରଡ଼ି ଛକ ଠାରେ ଥିବା ଏକ ଟେଲର ଦୋକାନରେ କାର୍ଯ୍ୟ କରନ୍ତି। ମଧ୍ୟାହ୍ନରେ ସେ ନିଜ ସାଇକଲେ ଯୋଗେ ଘରକୁ ଫେରୁଥିବା ସମୟରେ ବଲାଜିତପଡ଼ା ଖାଦ୍ୟ ନିଗମକୁ ଚାଉଳ ବୋଝେଇ କରି ଯାଉଥିବା ଏକ ଟ୍ରକ(ଓଆର ୧୧କେ-୪୫୭୭) ତାଙ୍କ ଉପରେ ସାମରାଇପୁରର ପ୍ରାଚୀନଗର ଠାରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଦେହ ଜବତ୍ କରି ବ୍ୟବଛେଦ ପାଇଁ ପଠାଇଥିଲା। ତେବେ ସ୍ଥାନୀୟ ଲୋକ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକକୁ କାବୁ କରି ଜିମା ଦେଇଥିଲେ ମଧ୍ୟ ପୁଲିସ ତାକୁ ଛାଡ଼ି ଦେଇ କେବଳ ଟ୍ରକକୁ ଜବତ୍ କରି ଥାନାକୁ ନେଇଥିବାର ଅଭିଯୋଗ ହୋଇଛି। ଅପରପକ୍ଷରେ ରାସ୍ତା ରୋକ କରୁଥିବା ଲୋକଙ୍କ ମଧ୍ୟରୁ ଆଲୋକ ଲେଙ୍କା ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଛି। ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଯୁବନେତା ପ୍ରକାଶଜ୍ୟୋତି ମହାକୁଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top