ad
ଜିଲ୍ଲା ପରିକ୍ରମା

ସାଂସ୍କୃତିକ ମହୋତ୍ସବର ୯ମ ସଂଧ୍ୟା : ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଭଦ୍ରକ ମାଟିର ପରମ୍ପରା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଳା ଓ ସଂସ୍କୃତିର ମାଟି। ମୁଁ ଏହି ସାଂସ୍କୃତିକ ମହାକୁମ୍ଭକୁ ଜଣେ ବିଧାୟକ ଭାବେ ନୁହେଁ କଳାକାର ଭାବେ ଆସିଛି। ଏହି ମାଟିରେ ପାଦ ଦେବା ପରେ ମୋ କଳାକାର ଜୀବନର ସ୍ମୃତି ଜୀବନ୍ତ ହୋଇ ଉଠିଛି। ଆଲୋ ମୋର କଣ୍ଢେଇ ଠାରୁ ଆରମ୍ଭ କରି ବିଭିନ୍ନ ଓଡ଼ିଆ ଚଳଚିତ୍ରର ଜୀବନ୍ତ ଅଭିନୟକୁ ଏହି ମଞ୍ଚରେ ଆଜି ସ୍ମରଣ କରି ନିଜକୁ ଧନ୍ୟ ମନେ କରୁଛି ବୋଲି ନେହେରୁ ଷ୍ଟାଡ଼ିୟମ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୯ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଅକାଶଦାସ ନାୟକ କହିଛନ୍ତି। ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରବିନାରାୟଣ ଖିଲାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବେ ସଂଜୀବ ହିରୋର ସତ୍ତ୍ୱାଧିକାରୀ ସଂଜୀବ ମଲ୍ଲିକ, ମୁଖ୍ୟବକ୍ତା ଭାବେ ସୁ ସଂଗଠକ ତଥା ସମାଜସେବୀ ଅୟସକାନ୍ତ ମହାନ୍ତି, ବରେଣ୍ୟ ଅତିଥି ଭାବେ ଲୋକନାଥ ଦଳେଇ, ସମ୍ମାନିତ ଅତିଥି ଭାବେ ପ୍ରକାଶଜ୍ୟୋତି ମହାକୁଡ଼ ଯୋଗଦେଇ କଳାର ମାଟି ଭଦ୍ରକ କେବେ ମଧ୍ୟ ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଦେବାରେ କାର୍ପଣ୍ୟତା ପ୍ରଦର୍ଶନକରି ନାହିଁ ବୋଲି କହିଥିଲେ। ସଭା ଆରମ୍ଭରେ ଅତିଶ ଦାସ ସ୍ୱାଗତ ଭାଷଣ, ଅଶ୍ୱିନୀ ପାଢ଼ୀ ଅତିଥି ପରିଚୟ ଓ ସୁପ୍ରଭା ପାଣୀ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ଆଶିଶ ଅମିତାଭ ମହାପାତ୍ର, ମିଡ଼ିଆ ସେଲ ସଂଯୋଜକ ଅବିନାଶ ପଣ୍ଡା, ସଂଗଠନ ସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳ, ଉପସଭାପତି ଚାରୁଦତ୍ତ ନାୟକ, ପ୍ରିୟଦର୍ଶନ ବୋଇତି, ପ୍ରାଭାତ ଆର୍ଟର ମାଲିକ ତଥା ସଂଗଠନ ସମ୍ପାଦକ ପ୍ରଭାତ ଜେନା, ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି, ମନୋରମା ରାୟ, ସଂଯୁକ୍ତା ମହାନ୍ତି, ସାଂସ୍କୃତିକ ସହ ସମ୍ପାଦକ ପିତାମ୍ବର ରେଡ୍ଡୀ, ରିଚା ମହାନ୍ତି, ରଶ୍ମିତା ସେଠୀ, ସୁବ୍ରତ ଦିକ୍ଷୀତ, ବାପି ସିକଦାର ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପାରମ୍ପରିକ ରିତୀରେ ଯାତ୍ରାଭିନେତା ସଂଜୟ ଭୋଳ, ସୁବାଷ ବେହେରା, ମାମା, ବ୍ରଜ ପାଣୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top