ad
ଜିଲ୍ଲା ପରିକ୍ରମା

ସାଂସ୍କୃତିକ ମହୋତ୍ସବର ୮ମ ସଂଧ୍ୟା : ତ୍ୟାଗଭୂମୀ ଭଦ୍ରକ ଆମ ସଂସ୍କୃତିକୁ ସ୍ୱତନ୍ତ୍ର ପରିଚୟ ଦେଇଛି

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗଭୂମୀର ମାଟି ଭଦ୍ରକ। ସ୍ୱାଧିନତା ସଂଗ୍ରାମ ଇତିହାସରେ ଏହି ଭଦ୍ରକର ମାଟିର ସ୍ଥାନ ସ୍ୱତନ୍ତ୍ର। ଏ ମାଟିର ମହକ ଆମ ସାଂସ୍କୃତିକ ପରମ୍ପରାକୁ ମହାନ କରି ଗଢ଼ିତୋଳିଛି ବୋଲି ନେହେରୁ ଷ୍ଟାଡ଼ିୟମ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୮ମ ସଂଧ୍ୟାରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି। ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ୮ମ ସଂଧ୍ୟାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ବରିଷ୍ଠ ଆଇନଜୀବୀ ନିରାକାର ଜେନା ଯୋଗଦେଇ ତ୍ୟାଗଭୂମୀର ମାଟି ଭଦ୍ରକର ଇତିହାସ ଚୀରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ସଭା ଆରମ୍ଭରେ କବି ପ୍ରମୋଦ ରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଅଶ୍ୱିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ଆଶିଶ ଅମିତାଭ ମହାପାତ୍ର, ମିଡ଼ିଆ ସେଲ ସଂଯୋଜକ ଅବିନାଶ ପଣ୍ଡା, ସଂଗଠନ ସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳ, ଉପସଭାପତି ପ୍ରିୟଦର୍ଶନ ବୋଇତି, ପ୍ରାଭାତ ଆର୍ଟର ମାଲିକ ତଥା ସଂଗଠନ ସମ୍ପାଦକ ପ୍ରଭାତ ଜେନା, ସୁପ୍ରଭା ପାଣୀ, ମନୋରମା ରାୟ, ସଂଯୁକ୍ତା ମହାନ୍ତି, ରାମନାରାୟଣ ମହାନ୍ତି, ସୁବ୍ରତ ଦିକ୍ଷୀତ, ସାଂସ୍କୃତିକ ସହ ସମ୍ପାଦକ ପିତାମ୍ବର ରେଡ୍ଡୀ, ରିଚା ମହାନ୍ତି, ରଶ୍ମିତା ସେଠୀଙ୍କ ସମେତ ବହୁ ସଦସ୍ୟ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପାରମ୍ପରିକ ରିତୀରେ ଲୋକପ୍ରିୟ ଚଳଚିତ୍ର ଅଭିନେତ୍ରୀ ଯାତ୍ରା କଳାକାର ଦିପୀକା ମହାପାତ୍ରଙ୍କୁ ମହୋତ୍ସବ କମିଟି ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top