ad
ଜିଲ୍ଲା ପରିକ୍ରମା

ସାଂସ୍କୃତିକ ମହୋତ୍ସବର ୧୦ମ ସଂଧ୍ୟା : ସଂସ୍କୃତି ଗୋଟିଏ ଜାତିର ପରିଚୟ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସ୍କୃତି ଗୋଟିଏ ଜାତିର ପରିଚୟ। ସଂସ୍କୃତିକୁ ବାଦ ଦେଇ ଗୋଟିଏ ଜାତି ଉଠି ପାରିବ ନାହିଁ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦଶମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପରିବାର ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗଦେଇ କହିଛନ୍ତି। ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ସଂଜୀବ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ବରେଣ୍ୟ ଅତିଥି ଭାବେ ସଂଘର କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ମଦନ ମୋହନ ପାଣୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବୈକୁଣ୍ଠ ବିଶ୍ୱାଳ, ଅଶ୍ୱିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ଆଶିଶ ଅମିତାଭ ମହାପାତ୍ର, ମିଡ଼ିଆ ସେଲ ସଂଯୋଜକ ଅବିନାଶ ପଣ୍ଡା, ସଂଗଠନ ସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳ, ଉପସଭାପତି ପ୍ରିୟଦର୍ଶନ ବୋଇତି, ପ୍ରଭାତ ଆର୍ଟର ମାଲିକ ତଥା ସଂଗଠନ ସମ୍ପାଦକ ପ୍ରଭାତ ଜେନା, ଅଶ୍ୱିନୀ ପାଢ଼ୀ, ସୁପ୍ରଭା ପାଣୀ, ମନୋରମା ରାୟ, ସଂଯୁକ୍ତା ମହାନ୍ତି, ସାଂସ୍କୃତିକ ସହ ସମ୍ପାଦକ ପିତାମ୍ବର ରେଡ୍ଡୀ, ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପାରମ୍ପରିକ ରିତୀରେ ଆଲବମ ଅଭିନେତା ମିଟୁ ମାନସ, ଇତି ଓ ବନଲତା ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ବହୁ ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସମସ୍ତ ନୃତ୍ୟଗୁରୁ ନୃତ୍ୟ ପରିବେଷଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top