ସାଂସଦ ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ

କେନ୍ଦ୍ରାପଡା ୩୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢିଛି । କିଛିଦିନ ତଳେ ଦଳ ତାଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଥିଲା । ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ଗଗନ ବିହାରୀ ଜେନା ସାନି ଅଭିଯୋଗ ଆଣିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ ଗଗନ ବିହାରୀ ଜେନା ଆଜି ଜିଲ୍ଲାପାଳ ରଘୁଜୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ଗତ ଲୋକସଭା ନିର୍ବାଚନ ପାଇଁ ୨୦୧୪ ମସିହା ଏପ୍ରିଲ ୧୭ ତାରିଖ ଦିନ ସାଂସଦ ଶ୍ରୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ ସମୟରେ “ଅଫିସ୍ ଅଫ୍ ପ୍ରଫିଟ୍” ସମ୍ପର୍କରେ ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ । ଇମ୍ଫାରେ ଉପ ସଭାପତି ଭାବେ ସେ ବାର୍ଷିକ ୨ କୋଟି ୭୯ ଲକ୍ଷ , ୧ କୋଟି ୪୫ ଲକ୍ଷ, ୧ କୋଟି ୬୧ ଲକ୍ଷ ଓ ୭ କୋଟି ୬୬ ଲକ୍ଷ ଟଙ୍କା ବାର୍ଷିକ ଦରମା ଓ ଭତ୍ତା ନେଇଛନ୍ତି । କିନ୍ତୁ ସତ୍ୟପାଠରେ ସେ କେବଳ ସାଂସଦ ବୋଲି ଉଲ୍ଲେଖ କରିଥିଲେ ହେଁ ଇମ୍ଫାରୁ କୋଟି କୋଟି ଟଙ୍କା ଦରମା ପାଉଥିବା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ଭୋଟରମାନଙ୍କୁ ଭୂତାଇବା ଉଦ୍ଦେଶ୍ୟରେ ସେ ଜାଣିଶୁଣି ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା ଅଭିଯୋଗ କରିଛନ୍ତି । ତେଣୁ ଭାରତୀୟ ଦଣ୍ଡବିଧି ଆଇନର ୧୯(କ) ତଥା ଜନପ୍ରତିନିଧି ଆଇନ ଉଲ୍ଲଘଂନ ଅଭିଯୋଗରେ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜିବୀ ଶ୍ରୀ ଜେନା ଦାବି କରିଛନ୍ତି । ନିର୍ବାଚନ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ରଘୁଜୀ କହିଛନ୍ତି ଯେ, ସାଂସଦଙ୍କ ବିରୁଦ୍ଧରେ ନିର୍ବାଚନ ସତ୍ୟପାଠ ନେଇ ଲିଖିତ ଅଭିଯୋଗ ମିଳିଛି । କିନ୍ତୁ ଅଭିଯୋଗ ଗୁଡିକ ସମ୍ପର୍କରେ ତର୍ଜମା କରାଯିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *