ସାଂସଦ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ ପରେ ବାଣ ଫୁଟାଇ ଖୁସି ମନାଇଲେ ବିଜେଡି କର୍ମୀ

କେନ୍ଦ୍ରାପଡା ୨୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ରାଜ୍ୟ ସଭାପତି ଦଳର ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଥିବା ଖବର କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ଆଜି ରାତିରେ ବିଜେଡି ଦଳର କର୍ମୀମାନେ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଦଳବିରୋଧି କାର୍ଯ୍ୟ, ଗୋଷ୍ଠି କନ୍ଦଳ ଓ ଦଳୀୟକର୍ମୀଙ୍କୁ ଅଣଦେଖା କରିବା ପ୍ରଭୁତି ଅଭିଯୋଗ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ବରୁ ଦଳୀୟକର୍ମୀମାନେ କରିଥିଲେ। ସେହି ଅଭିଯୋଗ ଅନୁଯାଇ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଜିଲ୍ଲାର ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡା ବିଧାୟକ ଅତନୁସବ୍ୟସାଚି ନାୟକ ଓ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରି କେନ୍ଦ୍ରାପଡାରେ ଦଳ ଏହାଦ୍ୱାରା ସୁଦୃଢ ହେବ ବୋଲି କହିଛନ୍ତି। ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ପୂର୍ବତନ କାଉନସିଲର ସୁରେଶ ମର୍ଦ୍ଦରାଜ, କାଳିପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ପତି, ହିରଣ୍ୟ ପଣ୍ଡା, ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ବିଜେଡି ସାଧାରଣ ସମ୍ପାଦକ ବିଜୟ ପତି, ନାରାୟଣ ସାହୁ, ସେକ ମତୁ, ବାବୁଲି ରାଉତ ପ୍ରମୁଖ ଏହି ପଦକ୍ଷେପକୁ ସ୍ୱାଗତ କରି ବାଣ ଫୁଟାଇ ଖୁସି ମନାଇଥିଲେ।

Leave a Reply

Your email address will not be published. Required fields are marked *