ଓଡ଼ିଶା

ସାଂସଦ ବିଜେଡ଼ି : କାର୍ଯ୍ୟ ଶୈଳୀ କଂଗ୍ରେସ

ଭୁୱନେଶ୍ୱର ୯-୧୧ (ଓଡ଼ିଆ ପୁଅ/ପ୍ରିୟ ରଂଜନ ସାହୁ) ହାତ ଥିଲେ ସିନା ଶଂଖ ଫୁଙ୍ଖିବ। ଏହି ମର୍ମରେ ନିଜ ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଯାଉଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡ଼ି ସାଂସଦ ବନିଥିଲେ ସୁଦ୍ଧା ନିଜ ଶରୀରରେ ପ୍ରବାହୀତ ହେଉଥିବା କଂଗ୍ରେସ ମୋହକୁ ପାଶୋରୀ ପାରିନାହାଁନ୍ତି ସୌମ୍ୟରଞ୍ଜନ। ଏକ ବଡ଼ ମିଡ଼ଆ ହାଉସ୍ କୁ ଆଧାର କରି ବିଡେଡ଼ିର ରାଜ୍ୟ ସଭା ସାଂସଦ ହାତେଇ ନେଇଥିଲେ ସୁଦ୍ଧା ସୌମ୍ୟଙ୍କ ଶରୀରରେ ଏବେବି କଂଗ୍ରେସ ରକ୍ତ ପ୍ରବାହୀତ ହେଉଛି ବୋଲି ସ୍ପଷ୍ଟ ଅନୁମେୟ। ବାରମ୍ବାର ରାଜନୀତିରେ ବିଫଳତାର ସ୍ୱାଦ ଚାଖିଥିବା ସୌମ୍ୟ ପଟ୍ଟନାୟକ ବାଧ୍ୟ ବାଧକତାରେ ବିଜେଡ଼ିରେ ଯୋଗ ଦେଇଥିଲେ ମଧ୍ୟ ନିଜର ପାରିବାରିକ ଦଳର ମୋହ ତ୍ୟାଗ କରିପାରୁନାହାଁନ୍ତି। ବିଶେଷ କରି ତାଙ୍କ ଭାଇ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟୀତ୍ତ୍ୱ ଗ୍ରହଣ କରିବା ପରେ ସୌମ୍ୟ ପୁରା ଦମରେ ଲାଗିପଡ଼ିଛନ୍ତି କଂଗ୍ରେସକୁ କ୍ଷମତା କରିଡୋର ଭିତରକୁ ଆଣିବା ପାଇଁ। ରାଜ୍ୟର ସବୁଠାରୁ ଚର୍ଚ୍ଚିତ ପରିବାର ପଟ୍ଟନାୟକ ପରିବାରର ମୁଖ୍ୟ କର୍ଣ୍ଣଧାର ହେଲେ ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ ପରିବାରର ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡ ନିରଞ୍ଜନଙ୍କ ହାତରେ। ତେଣୁ ଆସନ୍ତା ନିର୍ବାଚନରେ ନିରଞ୍ଜନ କିପରି ଏକ ନିର୍ଣ୍ଣାୟକ ଭୂମିକା ତୁଲାଇ ପାରିବେ ସେଥିପାଇଁ ଅଣ୍ଟାଭିଡ଼ିଛନ୍ତି ସୌମ୍ୟରଞ୍ଜନ।

ସୌମ୍ୟ ଯେଉଁ ସମୟରେ ବିଜେଡ଼ିରେ ଯୋଗଦେଲେ, ସେହି ସମୟରେ ନିରଞ୍ଜନଙ୍କର ରାଜନୈତିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା। ବିଜେଡ଼ିରେ ଯୋଗ ଦେବା ଦିନ କନିଷ୍ଠ ଭ୍ରାତା ହିସାବରେ ନିରଞ୍ଜନଙ୍କ ଆଶୀର୍ବାଦ ନେଇଥିଲେ ସୌମ୍ୟରଞ୍ଜନ। ଏହା ପରେ କଂଗ୍ରେସ ରାଜନୀତିରେ ପରିବର୍ତ୍ତନ ଆସିଥିଲା ଏବଂ ନିରଞ୍ଜନ କଂଗ୍ରେସର ମଙ୍ଗ ଧରିଥିଲେ। ଏହା ପରଠାରୁ ସୌମ୍ୟରଞ୍ଜନଙ୍କର ରାଜନତିକ ଗତିବିଧିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ କରାଯାଉଛି। ରାଜ୍ୟରେ ଶାସିତ ବିଜେଡ଼ି ସରକାର ଯେଉଁ ଆଶା ଓ ଆକାଂକ୍ଷା ନେଇ ସୌମ୍ୟ ରଞ୍ଜନଙ୍କୁ ଦଳରେ ସାମିଲ କରିଥିଲା ସେଥିରେ ଏବେ ଭଟ୍ଟା ପଡ଼ିବାକୁ ବସିଲାଣି। ସୌମ୍ୟଙ୍କର ମିଡ଼ିଆ ହାଉସ୍ ବିଡେଡ଼ି ସରକାରକୁ ବିଭିନ୍ନ କ୍ଷେତ୍ରରେ ସମର୍ଥନ ଦେବା ପରିବର୍ତ୍ତେ ଅତି ଚତୁରତାର ସହିତ ସମାଲୋଚନା କରିବାକୁ ପଛାଉନାହିଁ। କିନ୍ତୁ ବିନା ବିଧାରେ ନିରଞ୍ଜନ ଏବଂ କଗ୍ରେସ ଦଳକୁ ଉତ୍ସାହିତ କରିବାରେ ଲାଗିପଡ଼ିଛି।

ସୌମ୍ୟରଞ୍ଜନଙ୍କର ରାଜନୈତିକ ଖେଳ କେବଳ ନିଜ ମିଡ଼ିଆ ହାଉସ୍ ମାଧ୍ୟମରେ ସୀମିତ ହୋଇ ରହିନାହିଁ। ବିଭିନ୍ନ ସଭା ସମିତିରେ ମଧ୍ୟ ବିଜେଡ଼ି ସରକାର ବିରୁଦ୍ଧରେ ଅତି ଚତୁରତାର ସହିତ ପଦେ ଦି ପଦ କହିବାକୁ ସେ ପଛାଉ ନାହାଁନ୍ତି। ସୌମ୍ୟରଞ୍ଜନଙ୍କ ଏହି ହରକତ ସକାଶେ ବିଜେଡ଼ି ତୃତୀୟ ମହଲାର ଏବେ ମୁଣ୍ଡ ବ୍ୟଥା ବଢ଼ିଯାଇଛି। ନିକଟରେ ନବନିର୍ମାଣ କୃଷକ ମଞ୍ଚ ତରଫରୁ ଓଡ଼ିଶା ଚାଲ ଡାକରାକୁ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ପୂର୍ବରୁ ଏହି କୃଷକ ଆନ୍ଦୋଳନର ନେତୃତ୍ତ୍ୱ ନେଉଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡ଼ି ସାଂସଦ ହେବା ପରେ ଜନମାନସରେ ଏକ ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହେଲାଯେ, ସୌମ୍ୟ ପଟ୍ଟନାୟକ ଆଉ କୃଷକ ରାଜନୀତିରେ ନାହାଁନ୍ତି। ବିଜେଡ଼ି ସରକାର ମଧ୍ୟ ସୌମ୍ୟଙ୍କୁ ହାତେଇବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ନବ ନିର୍ମାଣ କୃଷକ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା। ମାତ୍ର ପରବର୍ତ୍ତି ପର୍ଯ୍ୟାୟରେ ଏହା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ବିଡେଡ଼ି ସରକାର ଜାଣିପାରିଥିଲା। କୃଷକ ରାଲି ଭୁବନେଶ୍ୱର ପହଁଚିବାର ପୂର୍ବଦିନ ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ନିରଞ୍ଜନ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ନିର୍ମାଣ କୃଷକ ମଞ୍ଚର ଆବାହକ ଅକ୍ଷୟ କୁମାର ଏକତ୍ର ବସି ଗୁପ୍ତ ମନ୍ତ୍ରଣା କରୁଥିବାର ତଥ୍ୟ ରାଜ୍ୟ ଗୋଇନ୍ଦା ବିଭାଗ ତୃତୀୟ ମହଲାକୁ ଅବଗତ କରାଇଥିଲା। ଏହା ଜାଣିବା ପରେ ପାୱାର କରିଡ଼ୋର କୁହାଯାଉଥିବା ତୃତୀୟ ମହଲାର ଅକଲ ଗୁଡ଼ୁମ୍। ସୌମ୍ୟଙ୍କୁ କିପରି ନିୟନ୍ତ୍ରଣ କରିବେ ଏବଂ ତାଙ୍କର ଏହି ଅବୈଧିକ ରାଜନୈତିକ ସମୀକରଣକୁ କିପରି ରୋକ ଲଗାଇବେ ସେଥିପାଇଁ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି ସଚିବାଳୟର ତୃତୀୟ ମହଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top