ସାଂସଦ ପ୍ରତିନିଧୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ହାଟଡ଼ିହି, ୩। ୯ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସାଂସଦ ପ୍ରତିନିଧୀ ରତିକାନ୍ତ ରାଉତ ଆଜି ବଞ୍ଚୋ, ପଞ୍ଚୁଗୋଛିଆ, ଅକରୁଆ ପ୍ରଭୃତି ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଶିବନାରାୟଣପୁର, ସିଙ୍ଗଡୋବ, ଅକରୁଆ, ପଞ୍ଜୁଗୋଛିଆ ଗ୍ରାମର ପାଣିଘେରରେ ରହିଥିବା ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବନ୍ୟାଜଳରେ ସେମାନଙ୍କର ଚାଷଜମି ଉଜୁଡି ଯାଇଥିବାବେଳେ ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିବା ସିଙ୍ଗଡୋବ ଗ୍ରାମର ମଦନ ବେହେରା, ନିରଞ୍ଜନ ବେହେରା, କାଳନ୍ଦୀ ବେହେରା, କାହ୍ନୁ ନାୟକ, କାଳିଆ ବେହେରା, କାଠିଆ ଖଟୁଆ, ସିରିଆ ଦେହୁରୀ, ପୁରସ୍ତମ ଦେହୁରୀ ଶିବନାରାୟଣପୁର ଗ୍ରାମର କୈଳାଶ ଚନ୍ଦ୍ର ଖଣ୍ଡା, ଅନାମ ଚରଣ ଖଣ୍ଡା, ବାବନ ଚନ୍ଦ୍ର ଖଣ୍ଡା, ବାବୁ ମହାନ୍ତି, ନରୋତ୍ତମ ବେହେରା, ଅର୍ଜୁନ ଚରଣ ମହାନ୍ତି, ହୃଷିକେଶ ବେହେରା, ପ୍ରଦ୍ୟୁମ୍ନ ବେହେରା, ଦୁର୍ଗା ଚରଣ ମହାନ୍ତି, ନନ୍ଦ କିଶୋର ପ୍ରଧାନ, ରତ୍ନାକର ଘଡେଇ, ପ୍ରମୁଖ ଚାଷୀମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସାଂସଦ ପ୍ରତିନିଧୀ ଶ୍ରୀ ରାଉତ ତହସିଲଦାର ଓ ବିଡିଓଙ୍କୁ ଭେଟି ସେମାନଙ୍କର କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସହାୟତା ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *