ଓଡ଼ିଶା

ସାଂସଦ ପାଣ୍ଠିରେ ନିର୍ମିତ ପାଣିଟାଙ୍କିକୁ ଉଦଘାଟନ କଲେ ବ୍ଲକ ଅଧ୍ୟକ୍ଷା

କେନ୍ଦ୍ରାପଡା ୮/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ମାର୍ଶାଘାଇ ବ୍ଲକ ଅଧିନସ୍ଥ ମାର୍ଶାଘାଇ ପଂଚାୟତର ପୁରୁଷୋତ୍ତମପୁର ଗ୍ରାମରେ ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାଂସଦ ପାଣ୍ଠିରେ ନିର୍ମିତ ପାଣିଟାଙ୍କିକୁ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡା ନିଜର ସମର୍ଥକଙ୍କ ସହିତ ବୁଧବାର ଦିନ ଉଦଘାଟନ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲିଟିଛି। ସେହି ପାନୀୟ ଜଳ ପ୍ରକଳ୍ପଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏବଂ ଆଉକିଛି କାର୍ଯ୍ୟ ବାକି ରହିଥିବା ବେଳେ ସଂପୃକ୍ତ ବିଭାଗୀୟ କତୃପକ୍ଷଙ୍କ ଅଗୋଚରରେ ଏଭଳି ଉଦଘାଟନ କରାଯିବା ପଛରେ କେବଳ ହୀନ ରାଜନୈତିକ ଅଭିସନ୍ଧି ଛଡା ଆଉକିଛି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। ଏ ସମ୍ପର୍କରେ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ଦେହୁରୀଙ୍କୁ ପଚାରିବାରେ ସେ କହନ୍ତି ଯେ ଆସନ୍ତା ୧୧ତାରିଖରେ ସେହି ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କିକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିବା ପାଇଁ ଦିନ ସ୍ଥିର ହେବାକୁ ଥିବା ବେଳେ ବୁଧବାର ସେହି ପ୍ରକଳ୍ପକୁ ଉଦଘାଟନ କରାଯାଇଥିବା ସମ୍ପର୍କରେ ଆମକୁ କିଛି ଜଣାଯାଇନାହିଁ। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପାଇଁ କିଛି କାର୍ଯ୍ୟ ମଧ୍ୟ ବାକି ଥିଲା। ତେଣୁ ଏଭଳି ପରିସ୍ଥିତିରେ କିଭଳି ସେହି ପାନୀୟ ଜଳ ଯୋଗାଣ ପ୍ରକଳ୍ପଟିକୁ ଉଦଘାଟନ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବତନ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସଲିମ ଖାନ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ତୃତୀୟ ମହଲା ସ୍ଥାନୀୟ ବିଜେଡି ନେତାଙ୍କୁ ଧରି ଶସ୍ତା ରାଜନୀତି କରୁଛି। ଅନ୍ୟର କାମରୁ ଶ୍ରେୟ ନେବା ପାଇଁ ଜୋରଜବରଦସ୍ତ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top