ଜିଲ୍ଲା ପରିକ୍ରମା

ସାଂସଦ ଆଦର୍ଶ ଗ୍ରାମର ଅବସ୍ଥା ବେହାଲ, ଲଗାଣ ବର୍ଷାରେ ଘରଭିତରେ ଓ ରାସ୍ତାରେ ପାଣି, ନଳକୂପକୁ ପାନୀୟ ଜଳ ପାଇଁ କଷ୍ଟରେ ଯାଉଛନ୍ତି ଲୋକେ

ରେମୁଣା/ ବାଲେଶ୍ୱର, ୨୭/୦୬(ଓଡ଼ିଆ ପୁଅ/ଭଗବାନ ଦାସ)- ମୌସୁମୀ ବାୟୁର ଲେଉଟାଣୀ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବାର ଦେଖା ଯାଇଛି। ସେହିଭଳି ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଗତକାଲି ରାତିରୁ ପ୍ରବଳ ବର୍ଷା ହୋଇଛି। ରାତିରୁ ଲଗାଣ ବର୍ଷା ଫଳରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତର ବିଭିନ୍ନ ୱାର୍ଡ଼ରେ ବର୍ଷାଜଳ ନିସ୍କାଷନ ହୋଇନପାରି ଜମି ରହିଥିବାର ଦେଖାଯାଇଛି। ୧ଓ ୩ନଂ ୱାର୍ଡ଼ ର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବା ସହ ୮ ଓ ୧୦ନଂ ୱାର୍ଡ଼ରେ ଘରେ ପାଣି ପଶିଥିବାର ଜଣାପଡ଼ିଛି। ଏପରିକି ଲୋକେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ନଳକୂପରୁ ପାଣି ନେଉଥିବାର ଦେଖା ଯାଇଛି। ବର୍ଷାଋତୁର ଆରମ୍ଭରେ ଏପରି ଅବସ୍ଥା ହୋଇଥିବା ବେଳେ ଋତୁ ସାରା ବର୍ଷାର ପରିସ୍ଥିତି ନେଇ ସ୍ଥାନୀୟ ଲୋକେ ଆଶଙ୍କାରେ ରହିଛନ୍ତି। ଏନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଶ୍ରୀଜଙ୍ଗ ସାଂସଦ ଆଦର୍ଶ ଗ୍ରାମ ଭାବେ ବିବେଚିତ ହେବା ପରେ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିପାଇଁ ଗ୍ରାମ ମଧ୍ୟ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶ୍ରୀଜଙ୍ଗ – ତାଳପଦା ରାସ୍ତାର ନିର୍ମାଣ ଚାଲିଛି। ସେଥିପାଇଁ ବର୍ଷାଜଳ ନିସ୍କାଷନ ହୋଇ ନପାରି ୮ନଂ ୱାର୍ଡ଼ର ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖ ପ୍ରହଲ୍ଲାଦ ବେହେରା ଓ ୧୦ନଂୱାର୍ଡ଼ ଦଳେଇ ସାହିରେ ପୂର୍ଣ୍ଣ ଦଳେଇ, ନାହିଆ ଦଳେଇ, ବିଜନ ଦଳେଇଙ୍କ ଘରେ ପାଣି ପଶିଛି। ସେହିପରି ୧ ଓ ୩ନଂ ୱାର୍ଡ଼ର ମଧ୍ୟ ସ୍ଥଳ ଶ୍ରୀଜଙ୍ଗ ମଳିକ ସାହି ଉମାଛକରେ ପାଣି ନିସ୍କାଷନ ହୋଇ ନପାରି କଂକ୍ରିଟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହି କୃତ୍ରିମ ହ୍ରଦର ଅଭାବନୀୟ ପରିସ୍ଥିତି ହୋଇଛି। ଯାହା ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ପାଣି ଭରୁଥିବାର ଦେଖାଯାଇଛି। ଖବର ପାଇ ସରପଞ୍ଚ କାର୍ତ୍ତକେଶ୍ୱର ବାରିକ ଓ ଶ୍ରୀଜଙ୍ଗ ରାଜସ୍ୱ ନିରୀକ୍ଷକ ରାକେଶ ପ୍ରଧାନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ତେବେ ପ୍ରଭାବିତ ଅଞ୍ଚଳରେ ରାସ୍ତା ପାର୍ଶ୍ୱ ପାଣି ନିସ୍କାଷନ ପାଇଁ ଡ୍ରେନେଜ ବ୍ୟବସ୍ଥା କରାଯାଇ ନଥିବାରୁ ଏଭଳି କୃତ୍ରିମ ହ୍ରଦ ପରିସ୍ଥିତି ସୃଷ୍ଟି ହୋଇଛି। ଏବାବଦରେ ସରପଞ୍ଚ ଶ୍ରୀ ବାରିକଙ୍କୁ ପଚାରିବାରୁ ଏହି ପଞ୍ଚାୟତରେ ୩/୪ଟି ଘର ପାଣି ପଶିଥିବାର ଦେଖାଯାଇଛି। ତେବେ ରାସ୍ତା କଡ଼ ଅବରୋଧ ହଟାଇବା ପାଇଁ ଆରଆଇଙ୍କୁ ଲିଖିତ ଅଭିଯୋଗ କରିବା ପରେ ସରକାରୀ ଅମିନ ୧୨/୦୪/୧୮ରେ ରାସ୍ତା ପାର୍ଶ୍ୱ ମାପ କରି ଚିହ୍ନ ଦେଇ ଛାଡ଼ି ଦେଇଥିଲେ। ତେବେ ଏଭିକ୍ସନଜ କରି ନଥିବାରୁ ରାସ୍ତା କଡ଼ ଡ୍ରେନେଜ କରିବା ସମ୍ଭବ ହୋଇ ପାରୁନାହିଁ। ତେବେ ପୂର୍ବରୁ ଏଭଳି ସମସ୍ୟାର ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଏନେଇ ଆରଆଇ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ରାସ୍ତା ମାପ ଦିଆଯାଇଥିଲେ ମଧ୍ୟ କଣ ପାଇଁ ଡ୍ରେନେଜ ହେଉ ନାହିଁ ବୋଲି ମନ୍ତବ୍ୟରେ ପ୍ରକାଶ କରିଛନ୍ତି। ଜନପ୍ରତିନିଧି ଓ ରାଜସ୍ୱ ନିରୀକ୍ଷକଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଆଗାମୀ ବର୍ଷା ଋତୁରେ ଜନ ସାଧାରଣଙ୍କୁ ବହୁ ଅସୁବିଧାରେ ସମ୍ମୁଖିନ ହେବାର ପରିସ୍ଥିତି ଉପୁଜିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top