ଓଡ଼ିଶା

ସାଂସଦଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାସ୍ତରୀୟ ବିଦ୍ୟୁତ କମିଟି ସମୀକ୍ଷା ବୈଠକ, ଗ୍ରାମାଚଂଳକୁ ବିଦ୍ୟୁତ କରଣ ପାଇଁ ଗୁରୁତ୍ୱ

ମାଲକାନଗିରି, ୧୭ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକୁ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲା ବିଦ୍ୟୁତ କମିଟି ବୌଠକ ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲାରେ ବିଦ୍ୟୁତ ସଂଯୋଗୀ କରଣର ବ୍ୟବସ୍ଥାର ଅତ୍ୟାଧୁନିକରଣ, ଗ୍ରାମାଚଂଳ ଗୁଡିକରେ ଆଗ୍ରାଧିକାର ଭିତ୍ତିରେ ସୂଚାରୁ ଭାବେ ବିଦ୍ୟୁତକରଣ ବ୍ୟବସ୍ଥା, ପୁରୁଣା ଖମ୍ଭ, ତାରକୁ ବଦଳାଇ ନୁତନ ଖମ୍ବ ତାର ସଂଯୋଗକରିବା, ଜିଲ୍ଲାରେ ପଦ୍ମଗିରି ଓ ଏମଭି୨୭ଠାରେ ଦୁଇଟି ନୂତ ସବଷ୍ଟେସନ ନିର୍ମାଣ କରିବା, କାଲିମେଳା ଗ୍ରୀଡ୍ କୁ ମେ ମାସ ସୁଦ୍ଧା କାର୍ଯ୍ୟକାରି କରିବା, ରାଜସ୍ୱ ଗ୍ରାମସହିତ ହାମଲେଟ ଗ୍ରାମଗୁଡିକୁ ବିଦ୍ୟୁତ ସଂଯୋଗକରିବା, ଜିଲ୍ଲାରେ ଯେପରି ବିଦ୍ୟୁତକାଟ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୫କୋଟି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୦.୫କୋଟି ଟଙ୍କା ବିଦ୍ୟୁତ ଉନ୍ନୟନ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ବ୍ୟୟଅଟକଳ ପଠାଯାଇଛି। ଜିଲ୍ଲାରେ ବିଦ୍ୟୁତ ସେବା ପ୍ରତି ଗୁରତ୍ୱଦେଇ ସେଗୁଡିକୁ ସୁଚାରୁଭାବେ ପରିଚାଳନା କରିବା ସହିତ ଜିଲ୍ଲାର ଅନ୍ୟାନ ଉନ୍ନୟନ ମୂଳକ କାର୍ଯ୍ୟର ସାଂସଦ ଶ୍ରୀ ମାଝୀ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ମାଲକାନଗିରି ବିଧାୟକ ମାନସ ମାଡକାମୀ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ପିଡି ଡିଆରଡିଏ ପରାଗ ହର୍ଷଦ ଗଭିଲ, ସାଉଥକୋ ନିର୍ବାହି ଯନ୍ତ୍ରୀ ଇଂ.ଭଗବାନ ପ୍ରଧାନ, ଅନ୍ୟାନ୍ୟ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ସହିତ ସମସ୍ଥ ବ୍ଲକର ବିଡିଓ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top