ଜିଲ୍ଲା ପରିକ୍ରମା

ସାଂସଦଙ୍କ ପଞ୍ଚାୟତ ଓ ମନ୍ତ୍ରୀଙ୍କ ଇଲାକାରେ ଇଏ କି ହାଲ! ରାସ୍ତାଟିଏ ପାଇଁ ଜିଲାପାଳଙ୍କୁ ଗୁହାରି କଲେ ଗୋହିରା ଗ୍ରାମବାସୀ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଯେଉଁ ପଞ୍ଚାୟତରେ ସାଂସଦଙ୍କ ଘର, ଯେଉଁ ଅଞ୍ଚଳରୁ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ସେହି ଅଞ୍ଚଳର ଏକ ଗାଁକୁ ଭଲ ରାସ୍ତାଟିଏ ନାହିଁ। ବିଜେଡି ସରକାରର ୧୮ ବର୍ଷ ଭିତରେ ସଡକ, ବିଜୁଳି, ପାଣିକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ କଥା ଓ କାମରେ ଫରକ ଆପେ ଆପେ ବୁଝାପଡୁଛି। ଅବହେଳାର ଶିକାର ହୋଇଥିବା ଗାଁଟି ହେଲା ଭଦ୍ରକ ଜିଲା ବନ୍ତ ବ୍ଲକ ଓଢଙ୍ଗ ପଞ୍ଚାୟତର ଗୋହିରା ଗାଁ। ସାଂସଦ ଅର୍ଜୁନ ସେଠୀଙ୍କ ନିଜ ପଞ୍ଚାୟତରେ ଉକ୍ତ ଗାଁର ଅବସ୍ଥିତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଛନ୍ତି। ୪ ଦିନ ତଳେ ଗାଁର ବହୁ ଲୋକ ଏକତ୍ରିତ ହୋଇ ଜିଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଭେଟିଥିଲେ। ଗାଁ ରାସ୍ତାରେ କେମିତି ଚାଲିବା ସମ୍ଭବ ହେଉନାହିଁ, ଗାଁକୁ ଲାଗିଥିବା କେନାଲ ରାସ୍ତା କେମିତି ପିଚୁ ହୋଇପାରୁ ନାହିଁ, ଗୋହିରା-ସରମରା ଗ୍ରାମ୍ୟ ରାସ୍ତା କେମିତି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇପାରୁ ନାହିଁ ସେସବୁ କଥା ଜିଲାପାଳଙ୍କୁ ଜଣାଇଥିଲେ। ପାଣି କାଦୁଅରେ ସରସର ଗାଁ ରାସ୍ତାକୁ କଂକ୍ରିଟ କରା ନଗଲେ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗଜେନ୍ଦ୍ର ମଲ୍ଲିକ, ଅଚ୍ୟୁତାନନ୍ଦ ନାୟକ, ନକୁଳିଚରଣ ଜେନା, ନନ୍ଦକିଶୋର ଜେନା, ମଣ୍ଟୁ ଜେନା, ରବୀନ୍ଦ୍ର ରାଉତ, ପ୍ରକାଶ ପ୍ରଧାନ ପ୍ରମୁଖ ଗ୍ରାମବାସୀ। ଗାଁ ମୁଣ୍ଡ କେନାଲ ପାଖରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା କେମିତି ଫାଟି ଆଁ କରିଛି। ସେ ବାବଦରେ ମଧ୍ୟ ଗ୍ରାମବାସୀ ଜିଲାପାଳଙ୍କୁ ଅବଗତ କରି ସାନି କଂକ୍ରିଟ ପାଇଁ ଦାବି କରିଥିଲେ। ଜିଲାପାଳ ଅଭିଯୋଗ ଶୁଣିବା ପରେ ବନ୍ତ ବିଡିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଟେଲିଫୋନ ଯୋଗେ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଅତୀତରେ ବହୁ ରାଜନେତାଙ୍କୁ ଗାଁର ଏହି ସମସ୍ୟା ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରବଞ୍ଚନାର ଶିକାର ଗ୍ରାମବାସୀଙ୍କ ଦାବିକୁ ପୂରଣ କରିବା ଲାଗି ମିଳିଥିବା ପ୍ରଶାସନିକ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଲକ୍ଷ୍ୟ କରିବାର କଥା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top