ସହୀଦ ସପ୍ତାହର ତୃତୀୟ ଦିନ,କୁମ୍ବିଂ ଜୋରଦାର

କୋରାପୁଟ ; ତା୩୦-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ) ମାଓବାଦୀଙ୍କ ସହୀଦ ସପ୍ତାହର ତିନିଦିନ ବିତି ଥିବାବେଲେ ଜିଲାରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନଥିଲେ ମଧ୍ୟ କୋମ୍ବିଂ ଅପରେସନକୁ ଅଧିକ ଜୋରଦାର କରା ଯାଇଛି । ମାଓ ଅଧ୍ୟୁଷିତ ନାରାୟଣପାଟଣା,ବନ୍ଧୁଗାଁ, ଲକ୍ଷ୍ମୀପୁର,ବୈପାରୀଗୁଡା,ପଟ୍ଟାଙ୍ଗି,ଲମତାପୁଟ, ପାଡୁଆ ଥାନା ଅଂଚଳରେ ସ୍ୱତନ୍ତ୍ର ନଜର ରଖା ଯାଇ ବିଏସଏଫ,କୋବ୍ରା,ଏସଓଜି ଯବାନ ୨୪ ଘଂଟା କୁମ୍ବିଂ ଚଳାଇଛନ୍ତି । ମାଲକାନଗିରି ଜିଲାରେ ମାଓବାଦୀଙ୍କ ଗୁରୁପ୍ରିୟା ସତେୁକୁ ବିରୋଦ୍ଧ ଓ ମୃତ ମାଓନେତ୍ରୀ ପୁନମ ଚାନ୍ଦଙ୍କ ସ୍ମୃତିସ୍ତମ୍ବ ନିର୍ମାଣ ପରେ କୋରାପୁଟ ଜିଲାରେ ସୁରକ୍ଷା ବାହିନୀ ଅଧିକ ସଜାଗ ହୋଇ ଉଠିଛି । କୋରାପୁଟ ଜିଲା ବୈପାରୀଗୁଡା ଥାନା ଗୁପ୍ତେଶ୍ୱର ଅଂଚଲରେ ଛତିଶଗଡ ସୀମା, ପଟ୍ଟାଙ୍ଗି ଥାନା ଓଡିଶା-ଆନ୍ଦ୍ର ସୀମା ସୁଙ୍କି,ପାଡୁଆ ଥାନା ଚାଟୁଆ ଏବଂ ବନ୍ଧୁଗାଁ ଥାନା ଆଲମଣ୍ଡା ଅଂଚଳରେ ଯବାନ ଘେରି ରହିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *