ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ; ଆଜି ଅପାରହ୍ନରେ ଜରୁରୀକାଳୀନ ବହିଃବିଭାଗରେ ଡାକ୍ତର ନ ଥିବାରୁ ରୋଗୀ ହନ୍ତସନ୍ତ

କୋରାପୁଟ ; ତା୦୧-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଆଜି ଅପାରହ୍ନରେ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଜଣାପଡିଛି।ଜରୁରୀକାଳୀନ ବହିଃବିଭାଗରେ ଡାକ୍ତର ଉପସ୍ଥିତ ନ ଥିବାରୁ ନବରଙ୍ଗପୁର, ଲକ୍ଷ୍ମିପୁର ଓ କୋରାପୁଟ ସହରର ଅନେକ ରୋଗୀ ଆସି ଡାକ୍ତର ନ ଥିବାରୁ ହନ୍ତସନ୍ତ ହେଉଥିବା ନଜର କରାଯାଇଥିଲା।ଏପରିକି ବିଭିନ୍ନ ବିଭାଗର ବିଶେଷଜ୍ଞ ବହିଃବିଭାଗ ମଧ୍ୟ ଏହି ସମୟରେ ବନ୍ଦ ରହିଥିବା ନଜର କରାଯାଇଥିଲା।ଲକ୍ଷ୍ମିପୁର ନିକଟ ବୁର୍ଜା ଗ୍ରାମର ଦେବେନଙ୍କ ସିକିଲିଂ ଶିଶୁରୋଗୀ ପ୍ରବଳ ଜ୍ୱରରେ ମା କୋଳରେ ରହିଥିବା ବେଳେ ଏକ ମହିଳା ରୋଗୀଷ୍ଟ୍ରେଚରରେ ପଡିରହିଥିବା ଦେଖିବାକୁ ମିଲିଥିଲା।ଲକ୍ଷ୍ମିପୁରରୁ ସ୍ଥାନାନ୍ତରିତ କରାଯାଇଥିବାରୁ ଏକ ସରକାରୀ ଆମ୍ଭୁଲାନ୍ସ ଯୋଗେ କୋରାପୁଟ ଆସିଲୁ କିନ୍ତୁ ଡାକ୍ତର ନ ଥିବାରୁ ବାହାରେ ଅପେକ୍ଷା କରିଛୁ ବୋଲି ଦେବେନ ପ୍ରକାଶ କରିଥିଲେ। ନବରଙ୍ଗପୁରର ଭୁଷଣ ଚନ୍ଦ୍ର ଭୁମିଆ ନିଜ ମାଙ୍କୁ ଜ୍ୱର ହୋଇଥିବାରୁ କୋରାପୁଟ ଡାକ୍ତରଖାନା ଆସିଥିଲୁ କିନ୍ତୁ ଏଠାରେ ଜରୁରୀକାଳୀନ ବହିଃବିଭାଗ ଡାକ୍ତର ଶୂନ ରହିଥିବାରୁ ପ୍ରାୟ ୧ ଘ. ହେଲାଣି ଅପେକ୍ଷା କରିଛୁ ବୋଲି ପ୍ରକାଶ କରିଥିଲେ।।କୋରାପୁଟଠାରେ କଲେଜ ହେବା ପରେ ଲୋକମାନେ ଉତମ ସ୍ୱାସ୍ଥ୍ୟସେବା ପାଇବେ ଆଶା ରଖିଥିଲେ କିନ୍ତୁ ଏଭଳି ଅବହେଳା ଦ୍ୱାରା ଲୋକଙ୍କ ଆଶା ପୂରଣ ହେବ ତ ! ବୋଲି ଚର୍ଚ୍ଚା ହେଉଛି।

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କଲେଜ ଦ୍ୱାରା ନିଯୁକ୍ତ ପ୍ରଫେସର, ସହାୟକ ପ୍ରଫେସର, ଏସଆର, ଜେଆର, ଷ୍ଟାଫ ନର୍ସ, ଫର୍ମାସିଷ୍ଟ କାର୍ଯ୍ୟକରୁଥିବା ବେଳେ ସଦର ମହକୁମା ଡାକ୍ତରଖାନାର ଡାକ୍ତର, ଷ୍ଟାଫ ନର୍ସ ମଧ୍ୟ ରହି କାର୍ଯ୍ୟ କରୁଥିଲେ।ଜୟପୁରରେ ସଦର ମହକୁମା ଡାକ୍ତରଖାନା ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ୧୪ ଜଣ ଡାକ୍ତରଙ୍କୁ କୋରାପୁଟରୁ ରିଲିଭ କରିଦେଇଥିଲେ ଓ ଗତ ୩୧ ତାରିଖରୁ ୪ ଜଣ ଡାକ୍ତର, ୧୪ ଜଣ ଷ୍ଟାଫ ନର୍ସ ଓ ଗ୍ରୁପ ଡି ର ୧୬ ଜଣ କର୍ମଚାରୀଙ୍କୁ ରିଲିଭ କରିଦେଇଥିବା ଜଣାପଡିଛି।କର୍ମଚାରୀ ଓ ଡାକ୍ତର ରିଲିଭ ହେବା ପରେ ଆଜି ଜରୁରୀକାଳୀନ ବହିଃ ବିଭାଗରେ ଡାକ୍ତର ମରୁଡି ଦେଖାଦେଇଥିଲା। ଅନେକ ସମୟ ପରେ ଜଣେ ଡାକ୍ତର ଜରୁରୀକାଳିନ ବହିଃବିଭାଗକୁ ଆସିଥିଲେ।ଜୟପୁରରେ ସଦର ମହକୁମା ଡାକ୍ତରଖାନା ପାଇଁ ଗୃହ ନ ଥିବା ବେଳେ କଣ ନିମନ୍ତେ ସ୍ୱାସ୍ଥ୍ୟ ପ୍ରଶାସନ ଷ୍ଟାଫ ଓ ଡାକ୍ତରମାନଙ୍କୁ ରିଲିଭ କଲେ ତାହା ସହରର ବୃଦ୍ଧିଜିବି ମହଲରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *