ad
ଗଜପତି

ସହୀଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପାରଳାଖେମୁଣ୍ଡି, ୧୪ା୨(ଓଡିଆ ପୁଅ/ ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ପରିସରରେ ଚାଲିଥିବା ସହିଦ ସ୍ମାରକି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଏକ ମ୍ୟାଚରେ ଗେଟ ଟୁଗେଦର ଦଳ ପାରଳାଖେମୁଣ୍ଡି ଏଚୱାଇସିସିକୁ ଭେଟିଥିଲା। ଟସରେ ଜିତି ପ୍ରଥମେ ବ୍ୟାଟି କରିଥିବା ଗେଟ ଟୁଗେଦର ଦଳ ନିର୍ଦ୍ଧାରିତ ୧୫ ଓଭୋରରେ ୯ୱିକେଟ ହୋରାଇ ୧୨୪ ରନ ସଂଗ୍ରହ କରିଥିଲା। ଜବାବରେ ଏଚୱାଇସିସି ୮ୱିକେଟ ହରାଇ ମାତ୍ର ୮୮ ରନ କରିଥିଲା। ଗେଟ ଟୁଗେଦର ଦଳ ୩୬ ରନରେ ମ୍ୟାଚ ଜିତିଥିବା ବେଳେ ଦଳର ବାଘାଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଥିଲା। ଅନ୍ୟ ଏକ ଖେଳରେ ଆଶ୍ରୟଗଡ ଏବଂ ରୟାଲ ସୁପରକିଙ୍ଗଙ୍କୁ ଭେଟିଥିଲା। ରୟାଲ ସୁପରକିଙ୍ଗ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୭ୱିକେଟ ହରାଇ ୧୪୧ରନ ସଂଗ୍ରହ କରିଥିଲା। ଏହାର ପିଛାକରି ଆଶ୍ରରଗଡ ଦଳ ୭ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ଆଶ୍ରୟଗଡ ଦଳର ସିବାଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top