ସହିଦ ସପ୍ତାହରେ ଚିତ୍ରକୋଣ୍ଡା ପୁଲିସକୁ ସଫଳତା, କାରସହ ୧୪୫କେଜି ଗଜେଂଇ ଜବତ

ମାଲକାନଗିରି,୩୦ା୭(ଓଡିଆ ପୁଅ)  ମାଲକାନଗିରି ଜିଲ୍ଲାଗଜେଂଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ମାୋବାଦୀଙ୍କ ସହିଦ ସପ୍ତାହପାଳନ ବେଳେ ଚିତ୍ରକୋଣ୍ଡା ଥାନା ପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ, ଏସ.ପି ଜଗମୋହନ ମୀନା,ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଚଂଳରେ ଚୋରାଗଜାଂଇ ଚାଲାଣ କୁ ରୋକା ଯାଇ ଯୋରଦାର ଚଢାଉ କରା ଯାଇ କୋଟି କୋଟି ଟଙ୍କାର ଚୋରା ଗଜେଂଇ ଓ ଗାଡି ଜବତ ସହିତ ଅନେକ ଗଜେଂଇ ଚୋରାଚାଲାଣ କାରିଙ୍କୁ ଗିରଫ କରାଯାଇଛି । ମାଓବାଦୀଙ୍କ ସହିଦ ସପ୍ତାହ ଅବସରରେ  ରବିବାର ରାତ୍ର ରେ ଏସଡିପିଓ ମାନସରଜଂନ ବାରିକ,ଚିତ୍ରକୋଣ୍ଡା ଥାନା ଅଧିକାରି ଅଜିତକୁମାରସ୍ୱାଇଁ ଙ୍କ ନେତୃତ୍ୱରେ ସବଇନିସପେକ୍ଟର ଶେଷଦେବ ବେହେରା ପ୍ରମୁଖ ପୁଲିସ ସଦଳବଳ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ  ଏକ ମାରୁତି ସୁଜିକ ଏର୍ଟିଗା କାର ଦୃତଗତିରେ ପଳାଇଥିଲା । ଉକ୍ତ ଗାଡିଟିକୁ ଗୋଡାଇ ଗୁଠାଂବେଡା  କମାରଗୁଡା ଜଙ୍ଗଲ ରାସ୍ତାରେ ଧରିଥିଲେ । ପୁଲିସଙ୍କୁ ଦେଖି ଗାଡିରୁ ଦୁଇଜଣ ବ୍ୟକ୍ତି ରାତ୍ରର ଅନ୍ଧାର ମଧ୍ୟରେ ଘଚଂଜଙ୍ଗଲକୁ ପଳାଇ ଲୁଚିଯାଇଥିଲେ । ପୁଲିସ ମାନେ ବହୁତ ଖୋଜା ଖୋଜିକରି ସେମାନଙ୍କୁ ପାଇନଥିଲେ । କାର ଟିକୁ ଖାନତଲାସି କରିବାରୁ ଉକ୍ତ ଗାଡି ରେ ୭ଟି ବଡ ବଡ ପ୍ଲାଷ୍ଟିକ ବସ୍ତା ରେ ଗଜେଂଇ ପ୍ୟାକେଟ ବୋଝେଇ ହୋଇରହିଥିଲା । ସେହିରାତ୍ରରେ ଗଜେଂଇ ବୋଝେଇ କାର ଟିକୁ ଥାନାକୁ ଆଣିଥିଲେ । ଆଜିସକାଳେ ଥାନାରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଗଜେଂଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ , ସେଥିରୁ ମିଳିଥିବା ୧କ୍ୱିଟାଂଲ୪୫କେଜି୪୫୦ଗ୍ରାମ  ଉନ୍ନତମାନର ଗଜେଂଇ ଯହାର କି ବଜାର ମୂଲ୍ୟ ପ୍ରାୟ୫୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗଜେଂଇଗୁଡିକୁ ଆରଏସସି ୧ଗ୍ରାମରୁ  ବୋଝେଇ କରି ଗାଡିଟିକୁ ମଧ୍ୟପ୍ରଦେଶ କୁ ନେଇଯାଉଥିଲେ ବୋଲି ପୁଲିସ ସୁଚନା ପାଇ ଚିତ୍ରକୋଣ୍ଡା ଥାନା ପକ୍ଷରୁ କେସ ରୁଜୁ କରାଯାଇ ତଦନ୍ତ ଚାଲିଛି । ଚିତ୍ରକୋଣ୍ଡା,ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଜେଂଇ ଚାଷ ହୋଇଥାଏ ,ଏହି ସବୁଅଚଂଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି । ଚଳିତ ବର୍ଷ ଜିଲ୍ଲାପୁଲିସ ଓ ଅବକାରି ବିଭାଗ ଏହି ଚୋରା ଗଜେଂଇ ଚାଲାଣ କାରିଙ୍କ ଉପରେ ଅଧିକ ଦୃଷ୍ଟି ଦେଇ ସେମାନଙ୍କ .ଯୋଜନାକୁ ଭଣ୍ଡୁର କରିଚାଲିଛନ୍ତି ,

 

Leave a Reply

Your email address will not be published. Required fields are marked *