ଜିଲ୍ଲା ପରିକ୍ରମା

ସହିଦ୍ ଭଗତ ସେନା ପକ୍ଷରୁ ରୂପାଲିଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନେରଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ରୂପାଲିଙ୍କୁ ଭଦ୍ରକର ସହୀଦ୍ ଭଗତ ସେନା ପକ୍ଷରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଶଶଧର ବୋଇତାଇଙ୍କ କନ୍ୟା ରୂପାଲି (୧୩) ଧାନ ପେଶା ହଲରରେ ଛନ୍ଦି ହୋଇ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱରର ତି୍ରନୀତି ହସ୍ପିଟାଲରେ ଚିକିସôାଧୀନ ରହିଛି । ତାର ମୁଣ୍ଡର ଖପୁରି ଉଠିଯାଇଥିବାବେଳେ ଅସ୍ତ୍ରୋପଚାର ପାଇଁ ୪ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବିଷୟ ଡାକ୍ତରମାନେ କହିଛନ୍ତି । ଏହି ଖବର ଜାଣିବା ପରେ ଭଗତ ସେନା ପକ୍ଷରୁ ଆବାହକ ସୀତାଂଶୁ ମହାପାତ୍ର ସେଠାକୁ ଯାଇ ପିତା ଶଶଧରଙ୍କୁ ୧୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏବଂ କୌଣସି ସହଦୃୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ବୋଇତାଇଙ୍କୁ ତାଙ୍କ ମୋବାଇଲ୍ ନଂ ୯୦୯୦୫୭୩୦୯ କୁ ଯୋଗାଯୋଗ କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top