ସହର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ମଇ ଦିବସ ପାଳନ

କେନ୍ଦ୍ରାପଡା ୧/୫ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – କେନ୍ଦ୍ରାପଡା ପୈାରାଞ୍ଚଳ ଉର୍ଦ୍ଧୁ ପାଠାଗାର ପରିସରରେ କେନ୍ଦ୍ରାପଡା ସହରର ଶ୍ରମିକ ଓ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବରେ ମଇ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ନଳିନୀକାନ୍ତ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମହମ୍ମଦ ଲିୟାକତ ଅଲ୍ଲୀ, ସାମ୍ବାଦିକ ପ୍ରଭାତ ପରିଡା, ନିର୍ମାଣ ଶ୍ରମିକ ସଂଘ ସଂପାଦକ ମୁରଲୀଧର ଦାସ ଓ ରବିନ୍ଦ୍ର ମଲ୍ଲିକ ଯୋଗଦେଇ ଶ୍ରମିକମାନଙ୍କ ଏକତା ଓ ସାଂଗଠନିକ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଅଣସଂଗଠିତ ଶ୍ରମିକ ମାନଙ୍କୁ ଆସନ୍ତା ଦିନରେ କିଭଳି ଭାବେ ଏକଜୁଟ ହେବେ ଓ ସେମାନଙ୍କର ଅଭିବୃଦ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ। ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହ ସେହି ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାରେ ଜିଲା ଟ୍ୟାକ୍ସି ଡ୍ରାଇଭର ୟୁନିୟନ, ନିର୍ମାଣ ଶ୍ରମିକ ସଂଘ, ପୈାରାଞ୍ଚଳ କର୍ମଚାରୀ ସଂଘ, ଉଠାଦୋକାନୀ ସଂଘ, ବିଡି ଶ୍ରମିକ ସଂଘ ଓ ଟେଲରିଂ ୟୁନିୟନ ଶ୍ରମିକମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *