ସହର ମଝିରୁ ମଦଭାଟି ସ୍ଥାନାନ୍ତର ଦାବି, ବଲାଙ୍ଗୀର ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ଟିଟିଲାଗଡ ୨୫-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସହର ମଝିରେ ଦୀର୍ଘ ବର୍ଷ ହେବ ଏକ ଦେଶୀ ମଦଭାଟି ରହି ଆସିଛି। ଉକ୍ତ ମଦଭାଟି ଚାରିପଟେ ଜନବସତି ସହ ମନ୍ଦିର, ସ୍କୁଲ ରହିଥିବା ଓ ସରକାରୀ ନିୟମ ଅନୁଯାଇ ସହରରୁ ଦୂର ସ୍ଥାନରେ ଅନ୍ୟତ୍ର ରହିବ। ବଦଳରେ ସହର ମଝିରେ ରହିବା ନେଇ ବାରମ୍ବାର ବିଭିନ୍ନ ମହଲାରେ ବିରୋଧ କରାଯାଉଛି। ଏପରିକି ଏହି ମଦ ଭାଟିରେ ମଦ ପ୍ରସ୍ତୁତ ସହ ବିଭିନ୍ନ ଗ୍ରାମ ଗୁଡିକୁ ଗାଡ଼ିରେ ବେଆଇନ ବିକ୍ରି ପାଇଁ ଚାଲାଣ କରାଯାଇଛି। ସରକାରଙ୍କ ନୂଆ ନିୟମ ପ୍ରଣୟନ ପରେ ମଦଭାଟି ସାମ୍ନାରେ ଆଉ ଏକ ମଦଭାଟି ନୂତନ ଭାବେ ନିର୍ମାଣ କରି ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ବୋଲି ବୋର୍ଡ଼ରେ ଲେଖି ଏବେ ଦୁଇଟି ମଦଭାଟି ଖୋଲା ଖୋଲି ଚାଲିଛି। ମଦର ଉତ୍କଟ ଦୁର୍ଗନ୍ଧ ସହ ମଦୁଆଙ୍କ ଦୌରାତ୍ମରେ ସାଧାରଣ ଅସ୍ତ ବ୍ୟସ୍ତ ହେବ ସହ ସ୍କୁଲ ,କଲେଜର ଛାତ୍ରଛାତ୍ରୀ ମହିଳାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ବିଭାଗୀୟ ଅଧିକାରୀଙ୍କୁ ମାସିକ ମୋଟା ଅଙ୍କ ସହ କେତେ ନିର୍ଦ୍ଧିଷ୍ଟ ଲୋକଙ୍କୁ ଓ ରଜନେତାଙ୍କୁ ହାତ କରି ଏହି ମଦଭାଟି ଚାଲୁ ଥିବା ବେଳେ ତୁରନ୍ତ ବଲାଙ୍ଗୀର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *