ସହର ପାଇଁ ଗୌରବ ଆଣିଲେ ଟାଏକୋଣ୍ଡା ଛାତ୍ର

ରାଉରକେଲା ୯-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ୨୯ ଓ ୩୦ ଦୁଇଦିନ ଧରି ନୂଆଦିଲ୍ଲୀର ବିଶ୍ୱ ଯୁବ କେନ୍ଦ୍ର ଠାରେ ଇଟାଲିର ଉଇଲିୟମ ଜ୍ୟାକବ ବସଙ୍କ ତତ୍ୱାବଧାନରେ ଆଇପିଏଫ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସେମିନାର ଶେଷ ହୋଇଛି। ରାଉରକେଲା କଳିଙ୍ଗ ଟାଏକୋଣ୍ଡା ଆସୋସିଏସନର ଅନ୍ତର୍ଜାତୀ ୟ ପ୍ରଶିକ୍ଷକ ସଚ୍ଚିଦାନନ୍ଦ ବିଶ୍ୱାଳ ଓ ବ୍ଲାକବେଲ୍ଟ ସ୍ମୃତିରଂଜନ ଲେଙ୍କାଙ୍କ ନେତୃତରେ ୪ ଜଣ ଚାତ୍ର ଭାଗ ନେଇଥିଲେ। ବ୍ଲାକବେଲ୍ଟ ଛାତ୍ରମାନେ ହେଲେ ଶୁଭ୍ରାଶୁଂ ଶେଖର ଶତପଥି, ସତ୍ୟସ୍ୱରୂପ ସାହୁ, ସମରା ସାହିଲ ବିଶ୍ୱାଳ ଓ ତନ୍ମୟ ସିଂ। ଉକ୍ତ ସେମିନାରରେ ଇଣ୍ଡିଆ ବ୍ଲକ ରେକର୍ଡରେ ସ୍ଥାନ ପାଇଥିବା ଦୀପିକା ବିଦ୍ୟାଳୟ ଛାତ୍ର ସତ୍ୟସ୍ୱରୂପ ସାହୁ ଆଇଆଇପିଏଫୀ ସଭାପତି ରାକେଶ କୁମାର, ଗ୍ରାଣ୍ଡ ମାଷ୍ଟର ବସଙ୍କ ହାତରେ ଉକ୍ତ ରେକର୍ଡର ପ୍ରମାଣପତ୍ର, ପଦକ ଓ ମୁଭମେଂଟ ପ୍ରଦାନ କରିଥିଲେ। ମାର୍ଶାଲ ଆର୍ଟ ଦୁନିଆରେ ପ୍ରଥମ ଛାତ୍ର ଯେକି ୧ ମିନିଟରେ ଟୋଲି ଓ ତ୍ୟାଗି ବା ରାଉଣ୍ଡ ପିକ ମାରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଜୁରି କମିଟି ସଦସ୍ୟ ମାନଙ୍କ ଦ୍ୱବାରା ଇଣ୍ଡିଆ ରେକର୍ଡ ବ୍ଲକ ତାଲିକାରେର ତାଙ୍କ ନାମ ସ୍ଥାନିତ କରି ପାରିନଥିଲେ। ସତ୍ୟସ୍ୱରୁପଙ୍କ ସଫଳତା ନେଇ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *