ଜିଲ୍ଲା ପରିକ୍ରମା

ସହର ଠାରୁ ଅପହଞ୍ଚ ସାମୁଲେଇ ସାହି ଏବେ ବି ସରକାରଙ୍କ ଯୋଜନା ଠାରୁ ବହୁଦୁରରେ

(ରାସ୍ତା ନଥିବାରୁ ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜନସାଧାରଣ, ଘରଡିହ ନଥିବାରୁ ଫେରିଯାଉଛି ବିଭିନ୍ନ ଆବାସ ଯୋଜନା)
ଖଇରା, ୧୭/୮(ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ବର୍ଷ ବର୍ଷ ଧରି କାହିଁ ଆଦିମ କାଳରୁ ଜନଜାତି ବର୍ଗର ଜନ ସାଧଋଣ ମୁଣ୍ଡ ଗୁଞ୍ଜିବା ନିମନ୍ତେ ସଂରକ୍ଷିତ ଜଙ୍ଗଲରେ ଘରକରି ଚଳି ଆସୁଛନ୍ତି। ହେଲେ ଦାଉ ସାଧୁଛି ପ୍ରକୃତି ଓ ଜୀବଜନ୍ତୁ ଏବଂ ରାସ୍ତା। ତା’ପରେ ମଧ୍ୟ ସେମାନେ ଛାଡି ପାରୁନାହାନ୍ତି ନିଜର ଭିଟା ମାଟିକୁ। ହାତୀ ଓ ଭାଲୁ ମାନଙ୍କର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିଲା ବେଳେ ଜନଜାତିଙ୍କର ନିଦ ହଜିଯାଉଛି। ପ୍ରଶାସନ ଠାରୁ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ଦୁଃଖ ଶୁଣିବାକୁ ନଥିଲାପରି ଦେଖିବାକୁ ମିଳେ। ଏଠାରେ ପ୍ରଶାସନ ଦିଗହରା ହୋଇଥିଲା ବେଳେ ନିର୍ବାଚିତ ଲୋକ ପ୍ରତିନିଧମାନଙ୍କର କେବଳ ନିର୍ବାଚନ ସମୟରେ ହିଁ ପାଦ ପଡିଥାଏ ଏହି ଅବହେଳିତ କଳମଚୁଆ ଗ୍ରାମର ସାମୁଲେଇ ସାହିକୁ। ସହର ଠାରୁ ନିକଟ ଯୋଜନା ଠାରୁ ବହୁ ଦୁରରେ ଥିବା ଏହି ସାହିଟି ଏବେ ବି ଚିର ଅବହେଳିତ। ଜନ ବସତିଟି କାହିଁ କେଉଁ କାଳରୁ ମୁଣ୍ଡ ଟେକିଥିଲା ବେଳେ ସରକାରଙ୍କ ସମସ୍ତ ଯୋଜନା ଏଠି ବିଫଳ ହୋଇଛି। ଜନଜାତିଙ୍କୁ ମିଳି ପାରିନାହିଁ ବିଜୁ ପକ୍କା ଘର ଓ ଇନ୍ଦିରା ଆବାସ। ରେସନ କାର୍ଡ ଥାଇ ମଧ୍ୟ ଖାଦ୍ୟ ପଦାର୍ଥ ଠିକ ଭାବରେ ମିଳୁ ନଥିବାର ଶୁଣିବାକୁ ମିଳେ। ସ୍ୱାସ୍ଥ୍ୟ ସେବା ଓ ଭତ୍ତା ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଏହି ସାହିକୁ ଆଶା, ଅଙ୍ଗନୱାଡି କର୍ମୀଙ୍କ ପାଦ ପଡିବା ତ ଦୂରର କଥା ଗର୍ଭବତୀ ଓ ପ୍ରଶୁତିମହିଳା ମାନେ ନାହିଁ ନଥିବା ଅସୁବିଧାର ସମୁଖିନ ହୋଇଥାଅନ୍ତି ଗୋଟିଏ ନିତି ଦିନିଆ ରାସ୍ତା ପାଇଁ। ପିଲା ମାନଙ୍କୁ ମିଳି ନାହିଁ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା। ବଣ ମୁଲକର ଚେରମୁଳି ଏମାନଙ୍କ ପାଇଁ ଔଷଧ ଯାହାକି ରୋଗ ଭଲ ହୋଇଥାଏ। ପାନୀୟ ଜଳ ପାଇଁ ଏଠାରେ ଏକ ମାତ୍ର ନଳକୂପ। ଅନେକ ସମୟରେ ଗୋଳିଆ ପାଣି ବାହାରୁଥିବାରୁ ପିଇବା ପାଇଁ ଅନୁପଯୁକ୍ତ ହୋଇଥାଏ। ଯାହା ଦ୍ୱାରା କି ବାଧ୍ୟ ହୋଇ ଲୋକମାନେ ଚୁଆ ପାଣି ଓ ଦୂଷିତ ପାଣିକୁ ପାନୀୟ ଓ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାଅନ୍ତି। ସାହିକୁ ନିତି ଦିନିଆ ରାସ୍ତା ନଥିଲା ବେଳେ ବିଦ୍ୟୁତ ସେବା ଏଠି ଅପହଞ୍ଚ। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଯାହା ବାଲିହୁଡି ପାହାଡ ଓ ଶାରି ଶୁଆ ପାହାଡ ନିକଟରେ ଥିବା ସାମୁଲେଇ ସାହିର ଜନସାଧାରଣ ସରକାରଙ୍କର ଯୋଜନା ବିଷୟରେ ଅଜ୍ଞ। ଏପରି ଏକ ସହର ଠାରୁ କମ୍ ଦୁର ସାମୁଲେଇ ସାହି ଦୀପ ତଳ ଅନ୍ଧାରରେ ରହିଥିଲା ବେଳେ ସରକାରଙ୍କର ଶୁଭ ଦୃଷ୍ଟି କେବେ ପଡିବ ତାହା ଦେଖିବାକୁ ବାକି ରହିଲା। କୁପାରୀ ପଞ୍ଚାୟତରେ ଧନି ମାନଙ୍କୁ ଭୁମିହିନ ପଟ୍ଟା ମିଳୁଥିଲା ବେଳେ ବର୍ଷ ବର୍ଷ ଧରି ଜନଜାତି ଜନସାଧାରଣଙ୍କୁ ଆଜି ପର୍ଯ୍ୟନ୍ତ ଘରଡିହ ପଟ୍ଟା ଖଣ୍ଡେ ମିଳି ପାରି ନାହିଁ। ସରକାରଙ୍କ ନିୟମ ଅନୁଯାଇ ଜଙ୍ଗଲ ଜମିରେ ବସବସା କରୁଥିବା ଜନସାଧାରଣଙ୍କୁ ପଟ୍ଟା ମିଳିବାର ଯୋଜନା ଏଠି ବାଟବଣା ହୋଇଛି। ଘରଡିହ ପଟ୍ଟା ନଥିବାରୁ ସେମାନଙ୍କ ନିମନ୍ତେ ଆସୁଥିବା ବିଭିନ୍ନ ଆବାସ ଯୋଜନାର ଘର ଫେରିଯାଉଛି। ଏହି କଳମଚୁଆ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଥିବାବେଳେ ମଧ୍ୟ ଇଂରାଜି ବିଦ୍ୟାଳୟର ଆବଶ୍ୟକତା ଅଛି। ସବୁଠାରୁ ବଡଦୁଃଖର ବିଷୟ ଏହି ଗ୍ରାମକୁ ନିତିଦିନିଆଟିଏ ନାହିଁ। ବର୍ତ୍ତମାନ କୁପାରୀ-ବଗେଇପୁର ରାସ୍ତାର ସାମୁଲେଇ(ବଂଶାଳ)ଠାରୁ ବାଉଁଶ ଗଡିଆ ମ.ଇ.ସ୍କୁଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଏବେବି ଅବହେଳିତ ଅବସ୍ଥାରେ ପଡି ରହିଥିବାରୁ ଜନସାଧାରଣଙ୍କର ଗମନାଗମନରେ ବହୁଅସୁବିଧା ହେଉଛି। ନିତିଦିନିଆ ରାସ୍ତାଟିଏ ନଥିବାରୁ ଜରୁରୀ କାଳିନ ସମୟରେ ୧୦୨, ୧୦୮, ଦମକଳ ଗାଡି ଠିକ ସମୟରେ ପହଞ୍ଚିନ ପାରିବାରୁ ଗ୍ରାମବାସୀମାନେ ଦୁଃଖରେ ଭାଙ୍ଗି ପଡିଥା’ନ୍ତି। ଏପରିକି ଜୀବନମରଣ ସମସ୍ୟା ସମୟରେ ଜୀବନ ହରାଇବାକୁ ପଡିଥାଏ। ଏହି ରାସ୍ତା ଉପରେ ବହୁ ପଞ୍ଚାୟତବାସୀ ନିର୍ଭର କରୁତିବାବେଳେ ପାଖପଡୋଶୀ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବାରୁ ଉଭୟ ଜିଲ୍ଲାର ବହୁ ଜନସାଧାରଣଙ୍କର ନିତିଦିନିଆ ମୁଖ୍ୟ ରାସ୍ରା ଅଟେ। ଗ୍ରାମରେ ଥିବା ହାଇସ୍କୁଲରେ ଭଲ ପାଠ ପଢା ହେଉଥିବାରୁ ବହୁ ଦୂରଦୂରାନ୍ତରୁ ପିଲାମାନେ ମଧ୍ୟ ଆସିଥାଆନ୍ତି ପାଠପଢିବାକୁ। ହେଲେ ରାସ୍ତାର ସୁବିଧା ନ ଥିବାରୁ ପିଲାମାନଙ୍କର ସ୍କୁଲ ପ୍ରତି ଆଗ୍ରହ କମିବାରେ ଦେଖାଦେଲାଣି। ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାଯୋଗୁଁ ପଞ୍ଚମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଉଥିବା ପିଲାମାନେ ଦୂରଗାଁକୁ ୬ଷ୍ଠ ଓ ୭ମ ଶ୍ରେଣୀ ପଢିବାକୁ ଯାଉଛନ୍ତି। ତେଣୁ ଏଠାରେ ଏକ ଅପଗ୍ରେଡ ସ୍କୁଲ ଖୋଲିବାକୁ ଗ୍ରାମବାସୀ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି। ତତ୍ସହିତ ପାଖରେ ଥିବା ଉଚ୍ଚ ବିଦ୍ୟାଳୟକୁ ଦୂରଦୂରାନ୍ତ ଗାଁରୁ ଆସି ପିଲାମାନେ ପଢୁଥିବାରୁ ଏକ ଆଦିବାସୀ ହରିଜମ ହଷ୍ଟେଲସହିତ ସ୍କୁଲ ପାଚେରୀର ଆବଶ୍ୟକ ଥିବାରୁ ଗାଁ ଲୋକମାନେ ସରକାରଙ୍କଠାରେ ଦାବି କରିଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତକୁ ସଂଲଗ୍ନ ବାଉଁଶ ଗଡିଆ ପଞ୍ଚାୟତର ବାଲିହୁଡି ଓ ଶାରୀଶୁଆ ପାଦଦେଶରେ ଥିବା ଏହି କଳମଚୁଆ ଗ୍ରାମର ସାମୁଲେଇ ସାହିର ଅବହେଳିତ ରାସ୍ତା ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡୁଛି ଦେଖିବାକୁ ଜନସାଧାରଣ ଅନାଇବସିଛନ୍ତି। ଏଠାରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଛି ବୋଲି ଅଂଚଳବାସୀଙ୍କ ସହିତ ବର୍ତ୍ତମାନର ସରପଞ୍ଚ ବିଷ୍ନୁପଦ ଘଡାଇ ପ୍ରକାଶ କରିଥିବାବେଳେ ଏହି କଳମଚୁଆ ଗାଁ ଏପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡିରହିଛି ତୁରନ୍ତ ଏହି ସାହିବାସୀ ଓ ରାସ୍ତାର ଉନ୍ନତିକରଣ ପାଇଁ ସରକାରଙ୍କଠାରେ ଦାବି ମଧ୍ୟ କରିଛନ୍ତି। ୧୯୮୨ ମସିହାଠାରୁ ଆଜି ପର୍ଯ୍ୟନ୍ତଅବହେଳିତ ହୋଇପଡିଥିବା ସାମୁଲେଇ(ବଂଶାଳ)ଠାରୁ ବାଉଁଶଗଡିଆ ମ.ଇ.ସ୍କୁଲ ପର୍ଯ୍ୟନ୍ତ ରାସ୍ତାକୁ କୌଣସି ସରକାର ଏକ ସ୍ତାୟି ରାସ୍ତାରେ ପରିଣତ କରିବାପାଇଁ ଦୃଷ୍ଟି ଦେଇ ନ ଥିବାର ଗ୍ରାମର ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ବେହେରା ଗଣମାଧ୍ୟମ ଆଗରେ ପ୍ରକାସ କରିଛନ୍ତି। ଆଗାମି ଦିନରେ ରାସ୍ତା ପ୍ରତି ସରକାର ଯଦି ଦୃଷ୍ଟି ନଦିଅନ୍ତି ୨୦୧୯ ସାଧାରଣ ନିର୍ବାଚନକୁ ବର୍ଜନ କରିବାକୁ ଗ୍ରାମବାସୀ ସ୍ଥିର କରିଛନ୍ତି ବୋଲି କହିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top