ଅପରାଧ

ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀରେ ପୁଣି ଗୁଳି ଫୁଟିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ବାଟ ଗାଁର ଦୁର୍ଦ୍ଦାନ୍ତ ଗଂଗାଧର ଭୋଳ ଗୁରୁତର ଆହତ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଭୁବନେଶ୍ୱର ଜାତୀୟରାଜପଥର କାଠପୋଲ ନିକଟରେ ଘଟିଛି ଏହିକାଣ୍ଡ।ବାଟଗାଁର ଗଂଗାଭୋଳ ନିଜ ଭାଟିରୁ ଘରକୁ ଫେରୁଥିବା ବେଳେ ହଠାତ୍ ୪ଟି ବାଇକରେ ୮ ଜଣ ଯୁବକ ଆସି କାଠପୋଲ ନିକଟରେ ତାଙ୍କୁ ଖଣ୍ଡା ଓ ଭୂଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ। ଏଥିରେ ଗଂଗା ବର୍ତ୍ତୀ ଯାଇ ଦୈାଡି ପଳାଇବା ସମୟରେ ପଛପଟୁ ଦୁବୃତ ମାନେ ତାଙ୍କୁ ଗୁଳି କରିଥିଲେ। ଗୁଳିଟି ଗଂଗାର ବାମପଟ ଜଂଘରେ ବାଜିବାରୁ ସେ ଘଟଣା ସ୍ଥଳରେ ପଡିଯାଇଥିଲେ। ସ୍ଥାନୀୟ ଲୋକମାନେ ଦୈାଡି ଆସିବାରୁ ଦୃବୃତ ମୋନ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳକୁ ଯାଇ ଗଂଗାକୁ ଉଦ୍ଧାରକରିବା ସହ ଚିକିତ୍ସାପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥଲେ। ଅବସ୍ଥା ସଂଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top