ସହରୀ ଆବାସ ଯୋଜନାରୋ ୨୭୫ ହିତାଧିକାରୀ ସାମିଲ ହେଲେ

ଯାଜପୁର-୧୩/୭(ଓଡିଆ ପୁଅ/ଏ.ରାଉତ) ବ୍ୟାସନଗର ପୌର ପରିଷଦରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୭୫ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି। ପୂର୍ବରୁ ୨୬୩ ଜଣଙ୍କୁ ଏହି ଯୋଜନାରେ ଚୟନ କରାଯାଇଥିବାବେଳେ ଶେଷ ପର୍ଯ୍ୟାୟରେ ୧୨ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଓଡିଶା ସରକାରଙ୍କ ସହରାଂଚଳ ବାସଗୃହ ମିଶନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏହି ଯୋଜନାରେ ସହରରେ ରହୁଥିବା ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରାଶି ସିଧାସଳଙ୍କ ହିତାଧିକାରୀଙ୍କ ବ୍ୟାଙ୍କ, କାଉଂଟକୁ ପଠାଇ ଦିଆଯାଉଛି। ଶେଷ ପର୍ଯ୍ୟାୟ ଯୋଜନାରେ ୧୩ ଜଣ ଚୟନ ହୋଇଥିବାବେଳେ ଏଥିରେ ସ୍ଥାନ ପାଇଛନ୍ତି ଉମାପଦା ଗ୍ରାମର ଦୁର୍ଯୋଧନ ମଳିକଙ୍କ ଝିଅ ରୁନୁ ମଳିକ। ତାଙ୍କୁ ଏହି କାର୍ଯ୍ୟାଦେଶ ଆଜି ପୌର କାର୍ଯ୍ୟାଳୟରେ ଅଧ୍ୟକ୍ଷା ସବିତା ରାଉତ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *