ଜିଲ୍ଲା ପରିକ୍ରମା

ସହରର ଜନବସତିରେ ଚାଲିଛି କାରଖାନା; ପ୍ରଦୂଷଣ ବଢ଼ିବା ସାଙ୍ଗକୁ ବର୍ଜ୍ୟବସ୍ତୁ ପରିଚାଳନା ବାଟବଣା ଜିଲା ପ୍ରଶାସନ ପାଖରେ ଖବର ଅଛିତ ?

ଯାଜପୁର-୨୮-୬(ଓଡିଆ ପୁଅ/ଏ.ରାଉତ) କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ଐତିହ ସଂପର୍ଣ୍ଣ ବ୍ୟାସନଗର ସହରର ମୁଖ୍ୟ ସ୍ଥାନ ଗୋପବନ୍ଧୁ ନଗରରେ ଜନବସତି ମଧ୍ୟରେ ଚାଲିଛି ଖୁଲମଖୁଲା ଏକ ଫେରୋକ୍ରୋମ୍ ଧୂଆ କାରଖାନା(ୱାସିଂ ପ୍ଲାଂଟ)। ଦିନେ ନୁହେଁ କି ବର୍ଷେ ନୁହଁ ଦଶନ୍ଧି ଦଶନ୍ଧି ଧରି ଏହି କାରଖାନା ଚାଲିଥିବାବେଳେ ଏନେଇ ପୌର ପ୍ରଶାସନ ଓ ପ୍ରଦୂଷଣ ବିଭାଗ ଚୁପ ବସିଥିବା ଘଟଣାକୁ ହଜମ କରି ପାରୁ ନାହାନ୍ତି ସହରବାସୀ। ମହିପାଲ କଲୋନୀରେ ଥିବା କଳିଙ୍ଗ ଆଲଏଜ୍ ନାମକ ଏହି କାରଖାନାକୁ ପ୍ରତିଦିନ ୪୦ରୁ ୫୦ ଟ୍ରକ୍ ଅଶୌଧିତ ଫେରୋକ୍ରୋମ ସ୍ଲାଗ୍ ଆସୁଥିବାବେଳେଓ ବିଶୋଧନ ପରେ ୨୦ରୁ ୧୫ ଟ୍ରକ ଉତ୍ପାଦିତ ଉନ୍ନତମାନର ଫେରୋକ୍ରୋମ ରାଜ୍ୟ ତଥା ରାଜ୍ୟ ବହାରକୁ ଯୋଗାଣ ହେଉଛି। ସ୍ଥାନୀୟ ଫେରୋକ୍ରୋମ ଓ କଳିଙ୍ଗନଗର ଶିଳ୍ପାଂଚଳରୁ ଫେରୋକ୍ରୋମ ସ୍ଲାଗ୍କୁ ଶାସ୍ତା ଦରରେ କିଣି ତାକୁ ଏଠାରେ ପ୍ରସେସିଂ କରାଯାଇ ଉନ୍ନତ ମାନର ଫେରୋକ୍ରୋମରେ ପରିଣତ କରାଯାଇ ନୂଆ ଅଖାରେ ପ୍ୟାକ କରିବାସହ ବହୁମୂଲ୍ୟରେ ବିକ୍ରି କରାଯାଏ। ଏହି ପ୍ରସେସିଂ ପାଇଁ ପ୍ରତିଦିନ ଗ୍ୟାଲନ୍ ଗ୍ୟାଲନ୍ ଭୂତଳ ପାଣି ବିନିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି କିମ୍ବା ସଲାସୂତୁରାରେ ଏହି ବ୍ୟବସାୟ ଚାଲିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଜନବସତିରେ ସ୍ଥାପିତ ହୋଇଥିବା ଏହି କାରଖାନା ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଖୋଲାଖୋଲି ଉଲ୍ଳଙ୍ଘନ କରୁଥିବାବେଳେ ଏନେଇ କଳିଙ୍ଗନଗର ଆଂଚଳିକ ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭୂତଳ ଜଳ ବ୍ୟବହାର ସହ ଅଶୌଧିତ ଫେରୋକ୍ରୋମକୁ ଧୋଇବାପରେ ସେଥିରୁ ବହାରୁ ଥିବା ବର୍ଜ୍ୟ ମଇଳାପାଣିକୁ ନିକଟରେ ଥିବା ଡ୍ରେନରେ ଛାଡି ଦିଆଯାଉଛି। ଡ୍ରେନରେ କ୍ରୋମିୟମ ଭଳି ଜହର ସବୁବେଳେ ଯାଉତିବାବେଳେ ବର୍ଷା ସମୟରେ ଏହି ଜଳ ସ୍ଥାନୀୟ ଜଳ ଉତ୍ସ ଓ ନଦୀ ନାଳରେ ମିଶି ବିଭିନ୍ନ ରୋଗର କାରଣ ସାଜୁଛି। ପରିବେଶ ସୁରକ୍ଷା ପାଇଁ ସରକାର ଡିଣ୍ଡିମ ପିଟୁଥିବାବେଳେ ସହର ମଧ୍ୟରେ ପ୍ରଦୂଷଣର କାରଣ ସାଜୁଥିବା ଏକ କାରଖାନାର ହୁକୁମତ୍କୁ କାହିଁକି ରୋକିବାକୁ ଚେଷ୍ଟା କରୁନାହିଁ ସେନେଇ ସଂଶୟ ଉପୁଜିଛି। ଏକ ଗଳି ରାସ୍ତା ଦେଇ ପ୍ରତ୍ୟହ ୧୦ ଚକିଆ ଟ୍ରକ ପ୍ରବେଶ ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଟ୍ରଫିକ ସମସ୍ୟା ଭୋଗୁଛନ୍ତି। ଏହି କାରଖାନାରେ ଖୋଲାଖୋଲିଭାବେ ସମସ୍ତ ସରକାରୀ ନିୟମ ଉଲ୍ଲଙ୍ଘନ କରାଯାଉଥିବାନେଇ ସ୍ଥାନୀୟଲୋକେ ଯାଜପୁର ଜିଲାପାଳଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର କୌଣସି ପ୍ରଭାବ ପଡିନାହିଁ। ୨ଶହରୁ ଅଧିକ ଶ୍ରମିକ କାରଖାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ମହିଳା ଶ୍ରମିକଙ୍କ ସଂଖ୍ୟା ଶତକଡା ୯୦ଭାଗ। ସରକାରୀ ନିୟମ ଅନୁଯାଇ ମହିଳାଙ୍କ ରହଣି ଓ ବିଶ୍ରାମ ଓ ପ୍ରଶାଧନ ପାଇଁ ସ୍ୱତନ୍ତ୍ର କୋଠରି ବ୍ୟବସ୍ଥା କିଛି କରାଯାଇନାହିଁ। ଏପଟେ ଶହ ଶହ ମହିଳା ଓ ପୁରୁଷ ବିନା ସୁରକ୍ଷା ସାମଗ୍ରୀରେ ଅସୁରକ୍ଷିତ ଭାବରେ କାମ କରୁଛନ୍ତି। କାମ ବେଳେ କୌଣସି ମହିଳା ସୁରକ୍ଷା ଜୋତା କିମ୍ବା ହେଲମେଟ୍ ପିନ୍ଧୁ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଆମେ ଏନେଇ କଳିଙ୍ଗନଗର ଆଂଚଳିକ ପ୍ରଦୂଷଣ ବିଭାଗ ଅଧିକାରୀ ଅନୁପ କୁମାର ମଲ୍ଲିକଙ୍କ ମତାମତ ଲୋଡିବାରୁ ସେ ନିକଟରେ ଏଠାରୁ ବଦଳି ହୋଇ ଯାଇଛନ୍ତି ଓ ସଂପୃକ୍ତ ଅଭିଯୋଗ ସଂକ୍ରାନ୍ତରେ ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବବୋଲି ମତ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ସ୍ଥାନରେ ୨୦ରୁ ଅଧିକ ଶ୍ରମିକ କାମକଲେ ତାହା କାରଖାନା ଓ ବାଷ୍ପିତ୍ର ବିଭାଗରେ (ଫ୍ୟକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗ) ପଂଜିକୃତ ହେବା କଥା। ତେବେ ଆମେ ଏନେଇ କାରଖାନା ଓ ବାଷ୍ପିତ୍ର ବିଭାଗର ଉପ ନିର୍ଦ୍ଦେଶକ କେଦାରନାଥ ହାଁସଦାଙ୍କୁ ପଚାରିବାରୁ ସେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତେବେ ଖବର ପାଇବାପରେ ଦିନେ ଦୁଇ ଦିନ ମଧ୍ୟରେ ସଂପୃକ୍ତ କାରଖାନା ଉପରେ ଚଢ଼ାଉ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ତାଙ୍କ ପ୍ରତିକ୍ରିୟ୍ରାରେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top